Latest Odisha News

BREAKING NEWS

Gun Factory: ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ୨ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଗୋଡ଼ିପଡ଼ାରେ ବନ୍ଧୁକ ତିଆରି କାରଖାନା ଠାବ । ବନ୍ଧୁକ ତିଆରି କାରଖାନା ଠାବ ନେଇ ଏସ୍‌ପିଙ୍କ ସୂଚନା ।ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ଶରଣକୁଳ ଥାନା ଜାକେଡ଼ା ଗ୍ରାମର ପ୍ରଶାନ୍ତ ବିଶ୍ୱାଳ ଏବଂ ରଣପୁର ଥାନା ଲଡ଼ୁକେଶ୍ୱରପୁର ଗ୍ରାମର ତୋଫାନ ବିଶ୍ୱାଳ । ରବିବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଏସପିଙ୍କ ସୂଚନାନୁସାରେ, ଦୁଇଟି ବନ୍ଧୁକ ସମେତ ଡାଏ ମେସିନ, ଓଲଡିଂ ମେସିନ ଓ ଅନ୍ୟାନ୍ୟ ସାମଗ୍ରୀ ସହ ଏକ ବାଇକ ଜବତ କରାଯାଇଛି । ପ୍ରଶାନ୍ତ ନାଁରେ ଶରଣକୁଳ ଥାନାରେ ଏକାଧିକ ମାମଲା ରହିଛି ।

ଖବରମୁତାବକ,ଦର୍ପନାରାୟଣପୁର ଫାଣ୍ଡି ପୋଲିସ ଗାଡି ଯାଞ୍ଚ କରୁଥିବା ସମୟରେ ଗୋଟିଏ ବାଇକରୁ ଦେଶୀ ପିସ୍ତଲ ପାଇଥିଲା । ପଚରାଉଚରା କରିବା ପରେ ସେ ଏହି ବନ୍ଧୁକ ପ୍ରଶାନ୍ତ ବିଶ୍ବାଳଙ୍କ ଠାରୁ କିଣିଥିବା ସ୍ୱୀକାର କରିଥିଲା । ଯାହାକୁ ନେଇ ପୋଲିସ ଟିମ୍ ଗୋଡ଼ିପଡ଼ାରେ ରହିଥିବା ପ୍ରଶାନ୍ତର ଘର ଉପରେ ଚଢ଼ାଉ କରିବା ପରେ ସେ ବନ୍ଧୁକ ତିଆରି କରୁଥିବା ଜଣାପଡ଼ିଥିଲା । ପୋଲିସ ପ୍ରଶାନ୍ତକୁ କାବୁ କରିବା ସହ ତାର ଘର ଛାତ ଉପରେ ଚାଲିଥିବା ବନ୍ଧୁକ କାରଖାନାରୁ ସମସ୍ତ ତିଆରି ସାମଗ୍ରୀ ଜବତ କରିଛି । ଏହା ସହିତ ଆଉ ଏକ ବନ୍ଧୁକ ଜବତ କରିଛି ।

 

Comments are closed.