Latest Odisha News

BREAKING NEWS

ଦେଶୀ ବନ୍ଧୁକ ତିଆରି କାରଖାନା ଠାବ,ମାଲିକ ଗିରଫ

କାମାକ୍ଷାନଗର: ଦେଶୀ ବନ୍ଧୁକ ତିଆରି କାରଖାନା ଠାବ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅନ୍ତର୍ଗତ ବାମ୍ ଗାଁ ଭୁଟୁଭୁଟି ସାହିରୁ ଏକ ଦେଶୀ ବନ୍ଧୁକ କାରଖାନା ଠାବ କରିଛି ପରଜଙ୍ଗ ପୋଲିସ । କାରଖାନାର ମାଲିକ ମଙ୍ଗୁଳୁ ମହାରଣାକୁ ଗିରଫ କରିବା ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରାଯାଇଛି।

ଦୀର୍ଘ ଦିନ ହେବ ମଙ୍ଗୁଳୁ ନିଜଘର ବାଡିରେ ଏହି ଦେଶୀ ବନ୍ଧୁକ ଗୁଡିକ ତିଆରି କରୁଥିଲେ । ବିଶେଷ ସୁତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପରଜଙ୍ଗ ପୋଲିସ ଓ ମହାବିରୋଡ ଫାଣ୍ଡି ଅଧିକାରୀଙ୍କ ମିଳିତ ଉଦ୍ୟମରେ ଚଢାଉ କରାଯାଇଥିଲା । ଚଢଉ ବେଳେ  ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ପୋଲିସ।

କଙ୍କଡ଼ାହାଡ଼ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଏହି ଭୁଟୁଭୁଟି ସାହି କଳା କାରବାର କରିବା ପାଇଁ ବେଶ ସହାୟ ହୋଇଥିବା ଜଣାପଡିଛି । ଅପହଞ୍ଚ ଇଲାକାରୁ ବଡ ବଡ ସହରକୁ ଏହି ବନ୍ଧୁକ ସପ୍ଲାଏର ଚେର ଲମ୍ବିଥିବା ସୂଚନା ମିଳିଛି। ଏନେଇ ପରଜଙ୍ଗ ଥାନା ଅଧିକାରୀ ତଦନ୍ତ ଜାରି ରଖିଛିନ୍ତି।

Leave A Reply

Your email address will not be published.