Latest Odisha News

BREAKING NEWS

ମାଲକାନଗିରି ଛତିଶଗଡ ସୀମାନ୍ତରେ ଯବାନ ମାଓବାଦୀ ମୁହାଁମୁହିଁ

ମାଲକାନଗିରି: ଯବାନଙ୍କୁ ଟାର୍ଗେଟ୍ କଲେ ସଶସ୍ତ୍ର ମାଓବାଦୀ । ଏ ନେଇ ମାଲକାନଗିରି ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି । କୋହକାମେଟା ଅଂଚଳରେ ଏକ ପୋଲ ନିର୍ମାଣ କାମରେ ଯବାନମାନେ ସୁରକ୍ଷା ଦାୟିତ୍ୱରେ ଥିଲେ । ସେହି ସମୟରେ ମାଓବାଦୀମାନେ ତାଙ୍କ ଉପରକୁ ଗୁଳିମାଡ କରିଥିବା ସୂଚନା ରହିଛି ।

ମାଓବାଦୀଙ୍କ ଗୁଳିମାଡରେ ଜଣେ ଆହତ ଆଇଟିବିପି ଯବାନଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ନକ୍ସଲମାନଙ୍କୁ ପାଲଟା ଜବାବ ଦେବାକୁ ଯାଇ ଜଙ୍ଗଲରେ ଜୋରଦାର କୁମ୍ବିଂ ଅପରେସନ ଚଳାଇଛନ୍ତି ଆଇଟିବିପି ଯବାନ ।

Leave A Reply

Your email address will not be published.