Latest Odisha News

BREAKING NEWS

[ ଭିଡ଼ିଓ] ଶିକାରୀ ପଞ୍ଝାରେ ନିରୀହ ପକ୍ଷୀ

ବାଙ୍କି: ଅବାଧରେ ଚାଲିଛି ପକ୍ଷୀ ଶିକାର । ଦିନକୁ ଦିନ ବିଭିନ୍ନ ପ୍ରଜାତିର ପକ୍ଷୀ ମାନଙ୍କ ସଂଖ୍ୟା ଲୋପ ପାଇଯାଉଥିବା ବେଳେ ଶିକାର କିନ୍ତୁ ବଢି ଚାଲିଛି । ତେବେ ଶିକାରୀ ମାନେ କିନ୍ତୁ ବେଶ୍ ସତର୍କତାର ସହ ବିଭିନ୍ନ ଉପାୟ ବାହାର କରି ପକ୍ଷୀ ଶିକାର କରିଚାଲିଛନ୍ତି । ବାଙ୍କିରେ ମଧ୍ୟ ଅବାଧରେ ଚାଲିଛି ପକ୍ଷୀ ଶିକାର ।

ଜଳାଶୟରେ ମାଛ ଚାଷ ନାରେ ବନ୍ଧା ଯାଇଛି ୧୦୦ ଫୁଟ ଲମ୍ବର ବଡ଼ ଫାଶୀ ଜାଲ । ଆଉ ସେହି ଜାଲରେ ପଡ଼ୁଛନ୍ତି ବଡ଼ ବଡ଼ ମାଛ ରଙ୍କା, ବଗ, ବାଦୁଡ଼ି । ପ୍ରତିଦିନ ଏହି ଜାଲରେ ଶହଶହ ସଂଖ୍ୟରେ ପକ୍ଷୀ ଛନ୍ଦି ହୋଇ ପ୍ରାଣ ହରାଉଛନ୍ତି । ପକ୍ଷୀ ମାନେ ପାଣି ପିଇବାକୁ ଗଲାବେଳେ ଏହି ବିଛା ଯାଇଥିବା ଜାଲରେ ଛନ୍ଦି ହୋଇ ଶିକାରୀର ଶିକାର ହେଉଛନ୍ତି ।

ସବୁଠୁ ବଡ଼ କଥା ହେଲା ବାଙ୍କୀ ପୋଲିସ ଥାନା ନିକଟରେ ହଜାର ହଜାର ବାଦୁଡ଼ି ବସବାସ କରୁଛନ୍ତି । ଖାଦ୍ୟ ଅନ୍ୱେଷଣରେ ପକ୍ଷୀ ଗୁଡିକ ବାହାରକୁ ବାହାରୁଥିବା ବେଳେ କିଛି ଜାଲରେ ଛନ୍ଦି ହୋଇ କିଛି ଆଉ କିଛି ବିଷ ମିଶା ଖାଦ୍ୟ ଖାଇ ଶିକାରୀ ପଞ୍ଝାକୁ ଚାଲି ଆସୁଛନ୍ତି । ଖାଦ୍ୟ ତ ମିଳୁନି ମାତ୍ର ଶିକାରୀୀ ଖାଦ୍ୟ ପାଲଟୁଛନ୍ତି ଏହି ନିରୀହ ପକ୍ଷୀ ସବୁ ।

ଦିନ ଦିପହରରେ ପକ୍ଷୀ ଶିକାର ବେଧଡ଼କ ଭାବେ ଚାଲିଥିବା ବେଳେ ବନ ବିଭାଗ ଯେମିତି ପକ୍ଷୀ ସୁରକ୍ଷା ନକରି ନୀରବଦ୍ରଷ୍ଟା ପାଲଟିଛି । ଯାହାକୁ ନେଇ ବେଶ୍ ଉଦବେଗ ପ୍ରକାଶ ପାଇଛି ।.. ..

Leave A Reply

Your email address will not be published.