Latest Odisha News

BREAKING NEWS

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଦେହାନ୍ତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି।

ମୃତ୍ୟୁବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିବା ନେଇ ସୂଚନା ମିଳିଛି ।

ସେ  ଦୀର୍ଘଦିନରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ଗତକାଲି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା। ପରେ ବିଳମ୍ବିତ ରାତିିିରେ ତାଙ୍କର ପ୍ରାଣହାନୀ ଘଟିଥିଲା।

ଓଡ଼ିଶାର ଜଣେ ଜଣାଶୁଣା ବରିଷ୍ଠ ସାମ୍ବାଦିକ ହେଲେ ଦିଲ୍ଲିପ ଶତପଥୀ । ଗତକାଲି ସନ୍ଧ୍ୟାରେ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କ୍ୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡ଼ାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡ଼ାକ୍ତର । ସେ ଗତ କିଛିଦିନ ଧରି ଅସୁସ୍ଥ ରହିଥିଲେ ।

ଦିଲ୍ଲିପଙ୍କ ଶିକ୍ଷା କଟରେ ହୋଇଥିଲା । ସେ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲରୁ ମ୍ୟାଟ୍ରିକ, କଟକ ରେଭେନ୍ସା କଲେଜରେ ଅଧ୍ୟୟନ ସମାପ୍ତ କରିବା ପରେ ଅଶିଦଶକରେ ଓଡ଼ିଶାର ଅଗ୍ରଣୀ ସମ୍ବାଦପତ୍ର ସମ୍ବାଦରେ କାର୍ଯ୍ୟ ଆରମ୍ଭ କରିଥିଲେ । ସେ ନବେ ଦଶକରେ ଜାତୀୟ ଦୈନିକ ବିଜିନେସ ଷ୍ଟାଣ୍ଡାର୍ଡ଼ରେ କାର୍ଯ୍ୟ କରିଥିଲେ । ଏପରିକି ସେ ଭୁବନେଶ୍ୱର ସଂସ୍କରଣ ଲାଗି ରେସିଡ଼େଣ୍ଟ ଏଡ଼ିଟର୍ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ସେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ।

ଶ୍ରୀ ଶତପଥୀଙ୍କ ବାଣିଜ୍ୟ ତଥା ଅର୍ଥନୀତି ସମ୍ପର୍କୀୟ ବିଭିନ୍ନ ଉପାଦେୟ ଲେଖା ପାଠକୀୟ ଆଦୃତି ଲାଭ କରିପାରିଥିବା ସହିତ ଏଥିରେ ତାଙ୍କର ଗଭୀର ଜ୍ଞାନ ରହିଥିଲା । ସେ ବିଭିନ୍ନ ଓଡ଼ିଆ ଚ୍ୟାନେଲମାନଙ୍କରେ ଜଣେ ଜଣାଶୁଣା ପ୍ୟାନେଲିଷ୍ଟ ଭାବେ ବିଭିନ୍ନ ଅର୍ଥନୈତିକ ଆଲୋଚନାରେ ଭାଗ ନେଇ ଆସୁଥିଲେ ।

ଏହି ଦୁଃଖଦ ଖବର ପାଇବା ପରେ ଓଡ଼ିଶାର ଅନେକ ସାମ୍ବାଦିକ, ଶୁଭେଚ୍ଛୁ ତଥା ତାଙ୍କର ବନ୍ଧୁମାନେ ମର୍ମାହତ ହୋଇପଡ଼ିଛନ୍ତି । ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଅନେକ ସାମ୍ବାଦିକ ତଥା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ।

 

Leave A Reply

Your email address will not be published.