ଭଦ୍ରକ: ପୁରୁଣା ବଜାର ଥାନା ହଳଦୀଡିହ ଛକରେ ଏକ ବେଆଇନ କରତ କଳ ଉପରେ ବନ ବିଭାଗ ରେଡ୍ କରିଛି। ବିନା ଲାଇସେନ୍ସରେ ଏହି କରତକଳ ଚାଲୁଥିବା ବନ ବିଭାଗ ଜାଣିବାକୁ ପାଇଛି। କୌଣସି ସୂତ୍ରରୁ ବନବିଭାଗ ଖବର ପାଇ ଏହି କଳ ଉପରେ ଚଢାଉ କରିଛି ବନ ବିଭାଗ।
ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ କରାଯାଇଛି। ଏହାସହ ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବନ ବିଭାଗ। ଘଟଣାସ୍ଥଳରୁ ଲକ୍ଷାଧିକ ମୂଲ୍ୟର ମୂଲ୍ୟବାନ କାଠ ସହ ନିର୍ମାଣ ହୋଇଥିବା ଆସବାବପତ୍ର ଓ କରତ କଳର ଯନ୍ତ୍ରାଂଶ ଜବତ ହୋଇଛି।
ଏହି କରତ କଳଟି ବେଆଇନ ଭାବେ ଚାଲୁଥିଲା । ଏଠାରୁ କାଠ ଚୋରା ଚାଲାଣ ହେଉଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣା ଜଣାପଡିବା ପରେ ଭଦ୍ରକ ବନ ଅଧିକାରୀ ଚଢାଉ କରିଥିଲେ। ଯେଉଁ ସ୍ଥାନରେ କରତ କଳ ଚାଲୁଥିଲା ସେହି ସ୍ଥାନର ମାଲିକ କିଏ ତାହା ଜଣାପଡିନଥିବା ବେଳେ ପରବର୍ତ୍ତୀ ସମୟରେ ତହସିଲଦାରଙ୍କ ସହାୟତାରେ ସେହି ସ୍ଥାନର ସୀମା ନିର୍ଦ୍ଧାରଣ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭଦ୍ରକ ବନ ଅଧିକାରୀ।
Comments are closed.