Latest Odisha News

BREAKING NEWS

ଦେହରେ ମାସେ ରହୁଛି ଭାଇରସ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣରେ ଆସୁଛି ସୁଧାର । ସ୍ଥିତି ଧିରେ ଧିରେ ନିୟନ୍ତ୍ରଣକୁ ଆସୁଥିବା ବେଳେ, ସ୍ଥିର ରହିଛି ସଂକ୍ରମଣ । ଯେଉଁମାନେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଦେହରେ ମାସେ କାଳ ଭାଇରସ୍ ରହୁଛି । ତେଣୁ ଲୋକ ଅଧିକ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ।

ତାଙ୍କ କହିବା କଥା ହେଲା, ଟିକା ନେବାର ୧୪ ଦିନ ପରେ ଯେଉଁମାନେ କରୋନାରେ ସଂକ୍ରମିତ ହେଉଛନ୍ତି, ସେମାନଙ୍କ ଭିତରୁ ୮୦ ପ୍ରତିଶତ ଲୋକ ଗୁରୁତର ହେଉନାହାନ୍ତି । ୬୨ଟି ଦେଶରେ ଡେଲଟା ପ୍ଲସ୍ ଭାଇରସ୍ ଦେଖାଦେଇଛି । ଭାରତରେ ୪୨ଟି କେସ୍ ଦେଖା ଦେଇଥିବା ବେଳେ, ଓଡ଼ିଶାରେ ଜଣେ ଚିହ୍ନଟ ହୋଇଥିଲେ । ଡେଲଟା ପ୍ଲସ୍ ଭାଇରସ୍ ରୂପ ପରିବର୍ତ୍ତନ କରିନାହିଁ । ଏଣିକି ସାରା ଦେଶରେ ପ୍ରତି ମାସରେ ୯୦ରୁ ୯୫ ହଜାର ଜିନମ ସିକ୍ବେନ୍ସିଂ କରାଯିବ । କଟକ, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ ପଜିଟିଭି ହାର ବଢୁଛି । ତେବେ ଲୋକମାନେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ।

Leave A Reply

Your email address will not be published.