Latest Odisha News

BREAKING NEWS

ରାଜ୍ୟରେ ସ୍ଥିର ରହିଛି କରୋନା ସଂକ୍ରମଣ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତି ଭଲ ଅଛି । ଦିନକରେ ରେକର୍ଡ ସଂଖ୍ୟକ ଟେଷ୍ଟିଂ ହୋଇଛି । ୭୯ହଜାର ଟେଷ୍ଟିଂ ହୋଇଛି, ପଜିଟିଭ ହାର ୨.୪୫ ପ୍ରତିଶତ ରହିଛି । ଯେଉଁ ଦୁଇ ତିନୋଟି ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି, ସେ ସବୁ ଜିଲ୍ଲାରେ ଧିରେ ଧିରେ ସଂକ୍ରମଣ ନିମ୍ନଗାମୀ ହେଉଛି । ତେବେ ସରକାରଙ୍କ ନିୟମ ନ ମାନିଲେ ଏନଫୋର୍ସମେଣ୍ଟ ଜୋରଦାର ହେବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ସେହିପରି ଆଇସିଏମଆର ଆଣ୍ଟିବଡି ରିପୋର୍ଟ ରାଜ୍ୟକୁ ରାଜ୍ୟ ଭିନ୍ନ ରହୁଛି । ତେଣୁ ସଂକ୍ରମଣକୁ ମାତ ଦେବାକୁ ହେଲେ ସର୍ଭେଲାନ୍ସକୁ ଜୋରଦାର କରାଯିବ । ରାଜ୍ୟରେ ଧିରେ ଧିରେ ସ୍ଥିତିରେ ସୁଧାର ଆସୁଥିବା ବେଳେ, ଆସନ୍ତା ୨୬ ତାରିଖରେ ଖୋଲୁଛି ସ୍କୁଲ । ଏହାସହ ଶିକ୍ଷକଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ ବ୍ୟବସ୍ଥା ନାହିଁ । ସମସ୍ତ ଶିକ୍ଷକଙ୍କୁ ଟିକା ନେବାକୁ କୁହାଯାଇଛି । ଯେଉଁମାନେ ଟିକା ନେଇନାହାନ୍ତି, ସେମାନେ ଟିକା ନିଅନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

Leave A Reply

Your email address will not be published.