Latest Odisha News

BREAKING NEWS

ବିଦ୍ୟାଭାରତୀଙ୍କ ଚିଠିରେ ସୌମ୍ୟଙ୍କ ପାଇଁ କେବଳ ଘୃଣା ହିଁ ଘୃଣା

ଭୁବନେଶ୍ବର : ମୃତ ଏସିଏଫ ସୌମ୍ୟରଂଜନ ମାମଲାରେ ଆଉ ଏକ ଟ୍ବିଷ୍ଟ । ମିଳିଲା ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ଚିଠି । ଯେଉଁଥିରେ ବିଦ୍ୟା ନିଜର ଭାବନାକୁ ଦୁଃଖରେ ପ୍ରକାଶ କରିଛନ୍ତି । ଲେଖିଛନ୍ତି, କିଛି ବି କରିକି ଡିଭୋର୍ସ କରାଇଦିଅ । ପ୍ରଭୁ ତୁମ ପାଖରେ ଋଣୀ ରହିବି । ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇ ସେବା କରିବି । ଏଭଳି କିଛି ଚିଠିରେ ଲେଖିଛନ୍ତି ବିଦ୍ୟାଭାରତୀ ।

ଖାଲି ସେତିକି ନୁହେଁ, ବିଦ୍ୟାଭାରତୀ ଆହୁରି ମଧ୍ୟ ଲେଖିଛନ୍ତି ଯେ, ସାରା ଜୀବନ କିଛି ବି କରିବି । ଡିଭୋର୍ସ କରାଇଦିଅ । ଏମିତି ମଣିଷ ମୁଁ ମୋ ଜୀବନରେ ଦେଖିନି । ଏତେ ଦୁଃଖରେ କହିଲି, ଆଖି ଲୁହ ବି ଗଡୁଛି । ଏମିତି ବହୁତ କୋହଭରା ଶବ୍ଦରେ ବିଦ୍ୟା ନିଜର ମନକଥା ଲେଖିଛନ୍ତି । ଏଥିରୁ ଜଣାପଡୁଛି ଯେ ସ୍ବାମୀ ସୌମ୍ୟଙ୍କ ପ୍ରତି ବିଦ୍ୟାଭାରତୀଙ୍କ କି ମାତ୍ରାରେ ଘୃଣାଭାବ ରହିଥିଲା । ସେହିପରି ଏପ୍ରିଲ ପହିଲା, ଦୁଇ ତାରିଖରେ ଇଂରାଜୀରେ ହେଟ ଲେଖି ମଧ୍ୟ ନିଜର ମନ କଥା ଉଦଗାରିଥିଲେ ।

Leave A Reply

Your email address will not be published.