Latest Odisha News

ମୋବାଇଲ୍‌ ଲକ୍ ଫିଟାଇବା ପାଇଁ ହତ୍ୟା କରି ଆଙ୍ଗୁଠି କାଟିନେଲା ହତ୍ୟାକାରୀ

ନୂଆଦିଲ୍ଲୀ: ଜଣେ ରୁଷୀୟ ବୈଜ୍ଞାନିକ ତଥା ମଡେଲ୍‌ଙ୍କ ମୃତଦେହ ତାଙ୍କ ରହୁଥିବା ଆପାର୍ଟମେଣ୍ଟରୁ ଉଦ୍ଧାର ହୋଇଥିଲା। ଆଶ୍ଚର୍ଯ୍ୟର କଥା ଯେ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ହତ୍ୟାକରୀ ସାଙ୍ଗରେ ମହିଳାଙ୍କ ହାତର ଆଙ୍ଗୁଠି କାଟି ନେଇଯାଇଥିବା ଜଣାପଡ଼ିଥିଲା।

ରିପୋର୍ଟ ଅନୁଯାୟୀ ମହିଳା ବୈଜ୍ଞାନିକଙ୍କ ଫୋନ ବ୍ୟବହାର କରିବା ପାଇଁ ହତ୍ୟାକାରୀ ମହିଳାଙ୍କ ଆଙ୍ଗୁଠି କାଟିଦେଇଥିଲା ଯାହାଦ୍ୱାରା ଫିଙ୍ଗର୍‌ ପ୍ରିଣ୍ଟ ସେନସର୍‌ ଲକ୍ ଖୋଲିପାରିବ। ମୃତ ମହିଳାଙ୍କ ଆଙ୍ଗୁଠି ସନ୍ଦିଗ୍ଧଙ୍କ ଘରେ ମିଳିବା ପରେ ସନ୍ଦେହ ଦୃଢ ହୋଇଥିଲା।

ତେବେ ଏହା ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ସେଣ୍ଟ ପିଟର୍ସବର୍ଗ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍‌ର ବାୟୋକେମିଷ୍ଟ, ୩୪ ବର୍ଷିୟ ଏକାତେରିନା ଆଣ୍ଟୋଣ୍ଟେସେଭାଙ୍କ ପ୍ରେମିକ ତାଙ୍କ ଉଲଗ୍ନ ଶରୀରକୁ ଆପାର୍ଟମେଣ୍ଟରେ ଦେଖିବାକୁ ପାଇଥିଲେ।

ସୂଚନା ମୁତାବକ ଗତ ସପ୍ତାହରେ ଜଣେ ମହିଳା ବୈଜ୍ଞାନିକ ତଥା ମଡେଲ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଏର୍ଟମ୍। ଯିଏ ଜଣେ କମ୍ପ୍ୟୁଟର ଗେମର ବୋଲି ଜଣାପଡିଛି।

ଆଣ୍ଟୋଣ୍ଟସେଭାଙ୍କ ମୃତ୍ୟୁ ଖବର ଲୋକଙ୍କ ନିକଟରେ ନ ପହଞ୍ଚାଇବା ପାଇଁ ହତ୍ୟାକାରୀ ତାଙ୍କ ଆପାର୍ଟମେଣ୍ଟରେ ଝରକା ଓ କବାଟକୁ ସିଲ୍‌ କରିଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ଏହି ହତ୍ୟାକାଣ୍ଡ ପଛର ହତ୍ୟାକାରୀକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.