Latest Odisha News

BREAKING NEWS

ଆରଜି କର ମେଡିକାଲ ଦୁଷ୍କର୍ମ ଓ ହତ୍ୟା ଘଟଣା: ଆଜି ୧୨ ଘଣ୍ଟିଆ ଡାକ୍ତର ଆନ୍ଦୋଳନ

କୋଲକାତା: କୋଲକାତା ଆରଜି କର ମେଡିକାଲ ଜୁନିଅର ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରତିବାଦ କରି ଆଜି ୧୨ ଘଣ୍ଟିଆ ଆନ୍ଦୋଳନ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ। । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ଡାକ୍ତର ସଂଘ ଆହ୍ଵାନ ଦେଇଛି।

ଆଜି ଦେଶବ୍ୟାପୀ ଡାକ୍ତରଙ୍କ ୧୨ ଘଣ୍ଟିଆ ଆନ୍ଦୋଳନ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଡାକ୍ତରଙ୍କ ଦାବି ପୂରଣ ହୋଇନାହିଁ। ଏନେଇ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର। ସେହିପରି ୧୦ ଜଣ ଜୁନିୟର ଡାକ୍ତର ଆମରଣ ଅନଶନ ଜାରି ରଖିଛନ୍ତି।

କର୍ମସ୍ଥଳରେ ଡାକ୍ତରଙ୍କୁ ସୁରକ୍ଷା ଦାବି ଆନ୍ଦୋଳନ ଜାରି ରଖିଛନ୍ତି ଜୁନିୟର ଡାକ୍ତର ସଂଘ। ଡାକ୍ତରଙ୍କ ଦାବି ନେଇ ଆଉ କିଛି ମେଡିକାଲ କଲେଜର ସିନିୟର ଡାକ୍ତର ମଧ୍ୟ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି। ଏହି ଅଘଟଣ ପରଠାରୁ ଆଜି ପର୍ଯ୍ୟନ୍ତ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି।

Leave A Reply

Your email address will not be published.