ଭୁବନେଶ୍ବର:ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଆଇଏମ୍ଡି ଡିଜି ଡ.ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ବଡ ସୂଚନା । ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ଆଜିର ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି ।
ଲଘୁଚାପ ଯୋଗୁଁ ୨ ଦିନ ଧରି ବର୍ଷା ହୋଇଛି ତାହା କମିଯିବ। ଲଘୁଚାପ ଏବେ ଉତ୍ତର ତେଲେଙ୍ଗାନା ଓ ବିଦର୍ଭରେ କେନ୍ଦ୍ରୀଭୂତ ହୋଇଛି। ତେଣୁ ବର୍ଷାର ପରିମାଣ ବି କମିବ। ପାର୍ବଣରେ ବର୍ଷା ହେବ କି ନାହିଁ ଏବେଠୁ କହି ହେବ ନାହିଁ ।
ଅନ୍ୟପଟେ ବାତ୍ୟାକୁ ନେଇ ଆଇଏମଡି ଡିଜି କହିଛନ୍ତି କୌଣସି ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେଉନଥିବା କହିଛନ୍ତି। ହେଲେ ଅକ୍ଟୋବରରୁ ଡିସେମ୍ବର ମାସରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ । ଗୁଜବରେ ବିଶ୍ବାସ କରନ୍ତୁ ନାହିଁ, ଆମେ ଏନେଇ ସୂଚନା ଦେବୁ । ଏତେ ଦିନ ଆଗରୁ ବାତ୍ୟା ଉପରେ କହି ହେବନି ।
ସୂଚନାଥାଉକି, ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଲା-ନିନା ସୃଷ୍ଟି ହୋଇପାରେ । ଲା-ନିନା ସୃଷ୍ଟି ହେଲେ ବଙ୍ଗୋପସାଗରର ଉତ୍ତରରେ ପ୍ରଭାବ ଦେଖିବାକୁ ମିଳିଥାଏ । ତେବେ ବାତ୍ୟା ସୃଷ୍ଟି ପାଇଁ ଲାନିନା ପ୍ରଭାବ ପକାଇଥାଏ । ମାତ୍ର ଏଯାଏଁ ସେମିତି କିଛି ସୃଷ୍ଟି ହୋଇନାହଁ । ଯଦି ହୁଏ ଏହାର ଅନୁକୂଳ ପ୍ରଭାବ ବଙ୍ଗୋପସାଗର ଉପରେ ପଡିବ ।
Comments are closed.