ନୂଆଦିଲ୍ଲୀ:ଆଇଏମଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ଆଜି ସାରା ବିଶ୍ବରେ ଦେଶକୁ ଗର୍ବିତ କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ମିଳିଲା ୨୦୨୫ ମସିହାରେ ଜାତିସଂଘ ସାସାକାୱା ପୁରସ୍କାର । ପ୍ରାକୃତିକ ବିପର୍ଯ୍ୟୟ ନିରାକରଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମିଳିତ ଜାତିସଂଘ ପକ୍ଷରୁ ସାସାକାୱା ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି ।
ବିଶ୍ୱ ପାଣିପାଗ ସଂଗଠନର ମହାସଚିବ ସେଲେଷ୍ଟ ସାଉଲୋ, ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ମିଳିତ ଜାତିସଂଘ ସାସାକାୱା ପୁରସ୍କାର-୨୦୨୫ ଜିତିବା ଥିବା ଭାରତ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି ଓ ପ୍ରଶଂସା କରି କହିଛନ୍ତି “ଭାରତର ସାଇକ୍ଲୋନ ମ୍ୟାନ” ଭାବେ ବ୍ୟାପକ ଭାବେ ଜଣାଶୁଣା ଡକ୍ଟର ମହାପାତ୍ର ତାଙ୍କର ଅଗ୍ରଣୀ ଓ ଲୋକଙ୍କ ପାଇଁ କରୁଥିବା ପୂର୍ବାନୁମାନ ସମଗ୍ର ଅଞ୍ଚଳରେ ଅଗଣିତ ଜୀବନ ରକ୍ଷା କରିଛି। ମୁଁ ବହୁତ ଆନନ୍ଦିତ ଯେ ମୋର ଭଲ ବନ୍ଧୁ ମୃତ୍ୟୁଞ୍ଜୟ ମହାପାତ୍ର, ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ,ଟ୍ରପିକାଲ ସାଇକ୍ଲୋନର ପୂର୍ବାନୁମାନ ଏବଂ ଚେତାବନୀ ପ୍ରଣାଳୀରେ ତାଙ୍କର ଅସାଧାରଣ ଅବଦାନ ପାଇଁ ବିଶ୍ୱର ଶ୍ରେଷ୍ଠ ବିପର୍ଯ୍ୟୟ ବିପଦ ହ୍ରାସ ପୁରସ୍କାର ମଧ୍ୟରୁ ଗୋଟିଏ ଜିତିଛନ୍ତି।
Congratulations, India!! A Moment of National Pride!
World Meteorological Organization Secretary-General Celeste Saulo has expressed gratitude to Dr. Mrutyunjay Mohapatra, Director General of Meteorology, India Meteorological Department, for winning the United Nations Sasakawa… pic.twitter.com/V0PawXcmPu
— India Meteorological Department (@Indiametdept) June 7, 2025
ଆଇଏମଡି ଟ୍ରପିକାଲ ସାଇକ୍ଲୋନ ପୂର୍ବାନୁମାନ ପ୍ରଣାଳୀର ସଠିକତା ଏବଂ ପ୍ରଭାବକୁ ବହୁ ପରିମାଣରେ ଉନ୍ନତ କରିଛି, ପ୍ରାରମ୍ଭିକ ସତର୍କତା ଏବଂ ସମନ୍ୱିତ ପ୍ରସ୍ତୁତି ପ୍ରୟାସ ମାଧ୍ୟମରେ ଅଗଣିତ ଜୀବନ ରକ୍ଷା କରିଛି।
Comments are closed.