Latest Odisha News

BREAKING NEWS

ଓଡ଼ିଶା ପାଇଁ ବନ୍ୟା ଚେତାବନୀ ଦେଲେ ଆଇଏମଡି ଡିଜି

ଭୁବନେଶ୍ୱର: ଅବପାତ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଇଏମଡି । ବନ୍ୟାଜନିତ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଅବପାତଜନିତ ବର୍ଷା ବନ୍ୟାଭଳି ସ୍ଥିତି ଆଣିପାରେ ବୋଲି ସୋମବାର ଗଣମାଧ୍ୟମକୁ ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଆଜି ଉତ୍ତର ଓଡ଼ିଶାରେ ବର୍ଷା ହେଉଥିବାବେଳେ, କାଲିଠୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ । କେତୋଟି ସ୍ଥାନରେ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ଅତିପ୍ରବଳ ବର୍ଷା ହୋଇପାରେ । ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଅବବାହିକାରେ ପୁଣି ବର୍ଷା ହେବ । ମହାନଦୀ ଓ ବ୍ରାହ୍ମଣୀ ଅବବାହିକାରେ ମଧ୍ୟ ବର୍ଷା ହେବ । ଉପକୂଳରେ ପାରାଦୀପଠୁ ଆରମ୍ଭ କରି ପଶ୍ଚିମରେ ସମ୍ବଲପୁର ପର୍ଯ୍ୟନ୍ତ ବର୍ଷିବ ।

ସେହିପରି, ଏହି ସମୟରେ ସମୁଦ୍ର ଅଶାନ୍ତ ରହିଛି ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା ହୋଇଛି । ସ୍ଥଳଭାଗରେ ମଧ୍ୟ ଘଣ୍ଟାକୁ ୩୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।

Comments are closed.