Latest Odisha News

BREAKING NEWS

ବାତ୍ୟା ସମୟରେ ପ୍ରବଳ ବର୍ଷା ଯୋଗୁଁ ୧୬ ଜିଲ୍ଲାରେ ବନ୍ୟା ଆଶଙ୍କା

ଭୁବନେଶ୍ୱର: ସମୁଦ୍ରରୁ ବଳ ଗୋଟାଇ ଉପକୂଳ ଅଭିମୁଖେ ପ୍ରବଳ ବେଗରେ ମାଡି ଆସୁଛି ବାତ୍ୟା ‘ଦାନା’ । ସଦ୍ୟ ସୂଚନା ଅନୁଯାୟୀ ଏହା ଏବେ ପାରାଦ୍ୱୀପ ଠାରୁ ୧୦୦ କିଲୋମିଟର ଏବଂ ଧାମରା ଠାରୁ ୧୩୦ କିଲୋମିଟର ଦୂରରେ ରହିଛି । ଯାହାର ପ୍ରଭାବ ଅନେକ ଜିଲ୍ଲାରେ ଦେଖାଯିବା ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ବାତ୍ୟାର ପ୍ରଭାବ ୩ ଜିଲ୍ଲା ଯଥା, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ଦେଖିବାକୁ ମିଳିଲାଣି । ଏହି ୩ ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୮୦ କିମି ରହିଛି ।

ତେବେ ଯେତିକି ଯେତିକି ବାତ୍ୟା ଉପକୂଳ ଅଭିମୁଖେ ପାଖେଇବ ବର୍ଷାର ପରିମାଣ ଆହୁରି ବଢିବ । ଏହାରି ଭିତରେ ଆଉ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ବାତ୍ୟାରେ ହେବାକୁ ଥିବା ବର୍ଷା ପରେ ୬ଟି ଜିଲ୍ଲାରେ ମଧ୍ୟମ ଧରଣର ଅଚାନକ ବନ୍ୟା ହେବାର ଆଶଙ୍କା ରହିଥିବା ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି ।

ବନ୍ୟା ଆଶଙ୍କା ଥିବା ଉକ୍ତ ଜିଲ୍ଲା ଗୁଡିକ ହେଲା, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ । ଏନେଇ ସତର୍କ ରହିବାକୁ କୁହାଯାଇଛି ।

Leave A Reply

Your email address will not be published.