Latest Odisha News

କାଳବୈଶାଖୀ ସତ୍ତ୍ୱେ ଆଜି ବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୨୫ରୁ ପୁଣି ବଢ଼ିବ ତାପମାତ୍ରା

ଭୁବନେଶ୍ୱର: ଆଜି ବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ଆଜି ବି ମିଳିବନି ତାତିରୁ ତ୍ରାହି । ହିଟୱେଭକୁ ନେଇ ରାଜ୍ୟର କିଛିଟା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ଦିନ ପରେ ସାମାନ୍ୟ ଆଶ୍ବସ୍ତି । ୨୫ ରୁ ପୁଣି ବଢ଼ିବ ତାପମାତ୍ରା । କାଳବୈଶାଖୀ ସତ୍ତ୍ୱେ ବି ସିଭିୟର ହିଟ୍ଓ୍ବେଭ୍ ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଆଜି ସକାଳୁ ସାଢ଼େ ୮ଟା ସୁଦ୍ଧା ଭଦ୍ରକ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଆସନ୍ତା ୨୫ ତାରିଖରୁ ପୁଣି କଲବଲ କରିବ ତାତି। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

୨୩ ତାରିଖରେ ହଟ୍ ଆଣ୍ଡ ହ୍ୟୁମିଡ୍ ସ୍ଥିତି ପାଇଁ ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଜି ସକାଳୁ ୩୫.୬ ଡିଗ୍ରୀ ସହ ଭଦ୍ରକ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ବାଲେଶ୍ବର ୩୫.୪, ଫୁଲବାଣୀ ୩୪.୬ ଡିଗ୍ରୀ ତାପମାତ୍ରା ରହିଛି। ରାଜଧାନୀ ଭୁବନେଶ୍ବର ତାପମାତ୍ରା ୩୪.୪ ଡିଗ୍ରୀ ଏବଂ କଟକ ୩୪.୨, କେନ୍ଦୁଝର ଓ ବାରିପଦା ୩୪ ଡିଗ୍ରୀ ତାପମାତ୍ରା ରହିଛି। ଆଜି ମୟୂରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୟାଗଡ, କନ୍ଧମାଳ, ବଲାଙ୍ଗିର, ଗଞ୍ଜାମ, କଳାହାଣ୍ଡି ଏବଂ ନୂଆପଡାରେ ୪୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପ୍ରଚଣ୍ଡ ବିଜୁଳି ଘଡଘଡି ସହ ଝଡ ବର୍ଷା ନେଇ ଆଜି ୧୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗିର, ଖୋର୍ଦ୍ଧା, ପୁରୀ, ନୟାଗଡ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ରାୟଗଡା, ନବରଙ୍ଗପୁର, ନୂଆପଡା, କୋରାପୁଟ ଏବଂ ମାଲକାନଗିରିରେ ଝଡତୋଫାନ ହେବା ସମ୍ଭାବନା ରହିଛି । ତେବେ କାଳବୈଶାଖୀ ବର୍ଷା ହେଲେବି ଜାରି ରହିବ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ।

Leave A Reply

Your email address will not be published.