Latest Odisha News

BREAKING NEWS

ଆଜିଠୁ ୧୪ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟରେ ଆଗାମୀ ୧୪ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡି) ପକ୍ଷରୁ ବୁଧବାର ଦିନ ପୂର୍ବାନୁମାନ କରାଯାଇଛି ।

ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଲକ୍ଷ୍ମୀକାନ୍ତ ମହାପାତ୍ର କହିଛନ୍ତି, ଏପରିକି ଛତିଶଗଡ, ଓଡିଶା ଓ ଝାଡଖଣ୍ଡର ସୀମାନ୍ତବର୍ତ୍ତୀ ଅଞ୍ଚଳର ସ୍ଥଳଭାଗ ଉପରେ ଏକ ଘୃର୍ଣ୍ଣିବଳୟ ସୃଷ୍ଟି ହେବାରେ ଲାଗିଛି । ଯାହାର ପ୍ରଭାବରେ ଆଗାମୀ ୧୪ ତାରିଖ ଯାଏଁ ରାଜ୍ୟର ପ୍ରାୟ ୧୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ଜଳବାୟୁ ପରିସ୍ଥିତିକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅଗଷ୍ଟ ୧୧ (ୟେଲୋ ୱାର୍ଣ୍ଣିଂ)

ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କଟକ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ଅଗଷ୍ଟ ୧୨ (ୟେଲୋ ୱାର୍ଣ୍ଣିଂ)

କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ବଲାଙ୍ଗିର, ଅନୁଗୁଳ, ସୋନପୁର, ବୌଦ୍ଧ ଓ କନ୍ଧମାଳ

ଅଗଷ୍ଟ ୧୩ (ୟେଲୋ ୱାର୍ଣ୍ଣିଂ)

କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡା

ଅଗଷ୍ଟ ୧୪ (ୟେଲୋ ୱାର୍ଣ୍ଣିଂ)

ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ବାଲେଶ୍ୱର ଓ ଭଦ୍ରକ

Leave A Reply

Your email address will not be published.