Latest Odisha News

BREAKING NEWS

ଖୁସିଖବର: ଖୁବଶିଘ୍ର ଝାରସୁଗୁଡ଼ାରୁ ବେଙ୍ଗାଲୁରୁ ଓ କୋଲକାତା ୨ଟି ନୂଆ ବିମାନ ଉଡ଼ିବ !

ଭୁବନେଶ୍ୱର: ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଖୁବଶୀଘ୍ର ବେଙ୍ଗାଲୁରୁ ଓ କୋଲକାତା ଅଭିମୁଖେ ୨ଟି ନୂଆ ବିମାନ ଉଡାଣ କରିବ ।

ରାଜ୍ୟ ସଚିବାଳୟରେ ବୁଧବାର ଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ବୈଠକରେ ଏନେଇ ଆଲୋଚନା ହୋଇଥିବା ଜଣାପଡିଛି ।

ଏହାବ୍ୟତିତ ବିମାନବନ୍ଦରରୁ ମୋଟ୍ ୫ଟି ବିମାନ ସେବା ସଞ୍ଚାଳିତ ହେବ ।

ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ତ୍ରୀପାଠି କହିଛନ୍ତି ଯେ, ଝାରସୁଗୁଡାରୁ ଅନ୍ୟ ସହରକୁ ଯିବା ଲାଗି ପାଖାପାଖି ୫ଟି ଉଡାଣ ଉପରେ ବିଚାର ବିମର୍ଶ କରାଯାଉଅଛି ।

Leave A Reply

Your email address will not be published.