Latest Odisha News

BREAKING NEWS

କଟକ ସମେତ ଏହି ୬ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ଆଲର୍ଟ 

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ଅପରାହ୍ନ ୩.୩୦ ପର୍ଯ୍ୟନ୍ତ ଓଡ଼ିଶାର ସାତଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।

ଆସନ୍ତା ୩ଘଣ୍ଟା ମଧ୍ୟରେ ଅନୁଗୁଳ, ବରଗଡ଼, ରାୟଗଡ଼ା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଏବଂ କଟକ ଜିଲ୍ଲାର ବିଚ୍ଛିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି। ଏଥିସହିତ ପବନର ବେଗ ୪୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।

ଓଡ଼ିଶା ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ କ୍ଷେତ୍ର ଆଜି ସକାଳେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି। ପରେ ମଧ୍ୟ ଉତ୍ତର-ପଶ୍ଚିମ ସତର୍କତା ଜାରି ହୋଇଛି। ଅପରାହ୍ନ ସୁଦ୍ଧା ଏହା ଧୀରେ ଧୀରେ ଉତ୍ତର ଆଡକୁ ଗତି କରି ସାଗର ଦ୍ୱୀପ ଏବଂ ଖେପୁପାରା (ବାଂଲାଦେଶ) ମଧ୍ୟରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ମେ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ଝଡ଼ବର୍ଷା ହୋଇପାରେ। ଏଥିସହିତ ପବନର ବେଗ ୪୫-୫୫ କିଲୋମିଟର ପ୍ରତି ଘଣ୍ଟା ରହିପାରେ। ସମୁଦ୍ର ଅଶାନ୍ତ ଥିବାରୁ ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ତଥା ଓଡ଼ିଶା ଉପକୂଳ କିମ୍ବା ବାହାରେ ନଯିବାକୁ ପରାମର୍ଶ ଦିଆଯାଇଛି।

 

Comments are closed.