Latest Odisha News

Monsoon in 2026:ଚଳିତ ବର୍ଷ ସ୍ବାଭାବିକ ଠାରୁ କମ୍‌ ବର୍ଷା ନେଇ ଆକଳନ;’ଏଲ୍ ନିନୋ’ର ପ୍ରଭାବ ଯୋଗୁଁ…

ଭୁବନେଶ୍ବର:ଜୁନ୍‌ରୁ ସେପ୍ଟେମ୍ବର ମୌସୁମୀରେ କମ୍‌ ବର୍ଷା ଆକଳନ । ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ୨୦୨୬ ମସିହାରେ ଦେଶରେ ମୌସୁମୀ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍ ରହିପାରେ । ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ହାରାହାରି ୯୨ ପ୍ରତିଶତ ବର୍ଷା ହେବାର ସମ୍ଭାବନା ଅଛି । ବିଶେଷ କରି ‘ଏଲ୍ ନିନୋ’ର ପ୍ରଭାବ ଯୋଗୁଁ ଚଳିତ ମୌସୁମୀ ଋତୁରେ ବର୍ଷାର ପରିମାଣ ହ୍ରାସ ପାଇବା ଆଶଙ୍କା ଦେଖାଦେଇଛି।

IMD ର ରିପୋର୍ଟ ଅନୁସାରେ,ସ୍ବାଭାବିକ ଭାବେ ୯୬% ରୁ ୧୦୪% ବର୍ଷା ହେବା କଥା, କିନ୍ତୁ ଚଳିତ ବର୍ଷ ଏହା ୯୨% ରହିବା ନେଇ ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନର ପରିସ୍ଥିତି ‘ଲା ନିନା’ରୁ ‘ଏଲ୍ ନିନୋ’ ଆଡ଼କୁ ଗତି କରୁଛି। ଏହି କାରଣରୁ ମୌସୁମୀ ଦୁର୍ବଳ ହେବାର ୩୧% ସମ୍ଭାବନା ରହିଛି।

ସୂଚନାଥାଉକି, ୨୦୨୫ରେ ଭାରତରେ ସ୍ବାଭାବିକ ଠାରୁ ଅଧିକ ଅର୍ଥାତ୍ ୧୦୮% ବର୍ଷା ରେକର୍ଡ କରାଯାଇଥିଲା। କିନ୍ତୁ ଦୀର୍ଘ ତିନି ବର୍ଷ ପରେ ୨୦୨୬ରେ ବର୍ଷା କମିବାକୁ ଯାଉଛି।

ସାଧାରଣତଃ ଏହି ସମୟରେ ହେଉଥିବା ବର୍ଷା (LPA) ତୁଳନାରେ ଏହା କମ୍ । ଦେଶର ଅଧିକାଂଶ ଭାଗରେ କମ୍ ବର୍ଷା ହେବାକୁ ଥିବାବେଳେ ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଏବଂ ଦକ୍ଷିଣ ଭାରତର କିଛି ସ୍ଥାନରେ ସ୍ୱାଭାବିକ ବର୍ଷା ହୋଇପାରେ । ଜୁନ୍ ପରେ ସମୁଦ୍ରରେ ‘ଏଲ୍-ନିନୋ’ ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି, ଯାହା ସାଧାରଣତଃ ଭାରତରେ ବର୍ଷାର ପରିମାଣ କମାଇ ଦେଇଥାଏ ।

 

Leave A Reply

Your email address will not be published.