Latest Odisha News

BREAKING NEWS

ଆସନ୍ତାକାଲି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭୁବନେଶ୍ୱର: ଆସନ୍ତାକାଳି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଓଡ଼ିଶା ଗସ୍ତରେ ଆସି ବାତ୍ୟା ପ୍ରଭାବିତ ଅଚଂଳ ପରିଦର୍ଶନ କରିପାରନ୍ତି । ସେ ଆକାଶମାର୍ଗରୁ ସ୍ଥିତି ଦେଖିବେ ଓ ସମୀକ୍ଷା କରିବେ। ଏନେଇ ବିମାନବନ୍ଦରରେ ସୁରାକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୋଲିସ କିମିଶନର ଓ ଗୁଇନ୍ଦା ନିର୍ଦ୍ଦେଶକ ଯୋଗ ଦେଇ ସୁରକ୍ଷା ସମୀକ୍ଷା କରିଛନ୍ତି ।

ସେପଟେ ଆକାଶ ମାର୍ଗରୁ ବାତ୍ୟା ଅମ୍ଫାନ୍ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିମାନରୁ ସେ ଆକାଶ ମାର୍ଗରୁ କ୍ଷୟକ୍ଷତି ସ୍ଥିତି ଦେଖି ଆକଳନ କରିବେ। ବାତ୍ୟା ଅମ୍ଫନରେ ରାଜ୍ୟରେ ୪ ଜିଲ୍ଲାରେ ଅଧିକ କ୍ଷୟକ୍ଷତି ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି । ବର୍ଷା ଓ ପବନରେ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ କିଛି କଚ୍ଚା ଘର ନଷ୍ଟ ହୋଇଛି । ତେଣୁ ଏହାର କ୍ଷୟକ୍ଷତି ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏରିଏଲ ଭ୍ୟୁ କରିବେ।

Leave A Reply

Your email address will not be published.