ମୁମ୍ବାଇ:ଚଳିତ ବର୍ଷ ଅନେକ ଫିଲ୍ମ ବକ୍ସ ଅଫିସରେ କମାଲ କରିଛନ୍ତି । ତେବେ କେଜିଏଫ ୨, ଆରଆରଆର, ଭୁଲ ଭୁଳେୟା ଓ ଦି କଶ୍ମୀର ଫାଇଲ୍ସକୁ ପଛରେ ପକାଇ କମଳା ହାସନଙ୍କ ବିକ୍ରମ ଆଇଏମଡିବି ମୋଷ୍ଟ ୱାଚ ଫିଲ୍ମ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି । ବଲିଉଡର ୬ ଫିଲ୍ମ ଏହି ତାଲିକାରେ ଥିଲେ ମଧ୍ୟ ବାଜି ମାରିଛି ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରି । ବିକ୍ରମ ପଛକୁ କେଜିଏଫ ଚ୍ୟାପ୍ଟର ୨ ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛି ଚର୍ଚ୍ଚିତ ଦି କଶ୍ମୀର ଫାଇଲ୍ସ । ଏମାନଙ୍କ ପଛକୁ ହୃଦୟମ, ଆରଆରଆର, ଏ ଥର୍ସ ଡେ,ଝୁଣ୍ଡ, ସମ୍ରାଟ ପୃଥ୍ୱୀରାଜ, ରନୱେ ୩୪, ଗଙ୍ଗୁବାଇ କାଠିୟାୱାଡି ଯଥାକ୍ରମେ ୪ର୍ଥରୁ ୧୦ମ ସ୍ଥାନ ମଧ୍ୟରେ ରହିଛନ୍ତି । ଦି କଶ୍ମୀର ଫାଇଲ୍ସ ତୃତୀୟ ସ୍ଥାନରେ ରହିଥିବାରୁ ଅନୁପମ ଖେର ଟୁଇଟ କରି ଖୁସି ବ୍ୟକ୍ତ କରିଛନ୍ତି ।
Thanks @imdb for putting our movie #TheKashmirFiles among the #MostPopularIndianFilms list in 2022 so far. It is a nice and gratifying feeling. Congratulations to the entire cast and crew! Jai Ho! 👍👏 pic.twitter.com/Oi82iZDBWc
— Anupam Kher (@AnupamPKher) July 13, 2022
ଆଇଏମଡିବି ତାଲିକା
୧. ବିକ୍ରମ-୮.୮ ରେଟିଂ-୪୦୧ କୋଟି । ୨.କେଜିଏଫ ଚ୍ୟାପ୍ଟର ୨-୮.୫-୧୨୦୭ କୋଟି । ୩.ଦି କଶ୍ମୀର ଫାଇଲ୍ସ-୮.୩-୩୪୧ କୋଟି । ୪.ହୃଦୟମ-୮.୧-୫୩.୧ କୋଟି । ୫.ଆରଆରଆର-୮.୦-୧୧୧୧.୭ କୋଟି । ୬.ଏ ଥର୍ସ ଡେ-୭.୮(ଆୟ ରେକର୍ଡ ନାହିଁ) । ୭.ଝୁଣ୍ଡ-୭.୪-୨୩ କୋଟି । ୮.ସମ୍ରାଟ ପୃଥ୍ୱୀରାଜ-୭.୨-୮୫କୋଟି । ୯.ରନୱେ୩୪-୭.୨-୫୦.୭ କୋଟି । ୧୦.ଗଙ୍ଗୁବାଇ କାଠିୟାୱାଡି-୭.୦-୨୧୧.୫ କୋଟି ।
Comments are closed.