Latest Odisha News

BREAKING NEWS

ମାଷ୍ଟର କ୍ୟାଣ୍ଟିନ ଗ୍ରୀନ ଚିଲ୍ଲିଜରେ ନାହିଁ ସଫା ସୁତୁରା; ସାତ ଦିନ ପାଇଁ ସିଲ୍ କଲା ବିଏମସି

ଭୁବନେଶ୍ୱର: ମାଷ୍ଟର କ୍ୟାଣ୍ଟିନ ସ୍ଥିତ ଗ୍ରୀନ ଚିଲ୍ଲିଜ ରେସ୍ତୋରାଁରେ ସଫା ସୁତୁରା ନାହିଁ । ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି ହେଉଥିଲା ଖାଦ୍ୟ । ବୁଧବାର ବିଏମସି ପକ୍ଷରୁ ଯାଞ୍ଚ ସମୟରେ ଗ୍ରୀନ ଚିଲ୍ଲିଜରେ ଅବ୍ୟବସ୍ଥା ଧରାପଡ଼ିଥିଲା ।

ବୁଧବାର ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏବଂ ଅନ୍ୟ ଅଧିକାରୀ ମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରୁଥିଲେ । ଏହି ସମୟରେ କମିଶନର ଗ୍ରୀନ ଚିଲ୍ଲିଜରେ ଅସ୍ୱାସ୍ଥ୍ୟକର ପରିବେଶ ଦେଖିଥିଲେ । ଏ ସକାଶେ ସାତ ଦିନ ପାଇଁ ଗ୍ରୀନ ଚିଲ୍ଲିଜକୁ ସିଜ୍ କରିଛନ୍ତି ।

Leave A Reply

Your email address will not be published.