Latest Odisha News

BREAKING NEWS

ବଢୁଛି ତାତି: ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱର ସବୁଠୁ ଉତ୍ତପ୍ତ

ଭୁବନେଶ୍ଵର: ପୁଣି ରାଜଧାନୀ ଭୁବନେଶ୍ୱରରେ ୪୩ଡିଗ୍ରୀ ଟପିଲା ତାତି । ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୩.୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଦିନ ୨ଟା ୩୦ ସୁଦ୍ଧା ୪୩.୨ ଡିଗ୍ରୀ ତାପମାତ୍ରା ସହ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ।

ସେହିପରି ଝାରସୁଗୁଡ଼ାରେ ୪୨.୯, ଚାନ୍ଦବାଲିରେ ୪୨.୨, ବାଲେଶ୍ୱରରେ ୪୧.୪ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ରାଉରକେଲାରେ ୪୦.୮, ସମ୍ବଲପୁରରେ ୪୦.୧, ହୀରାକୁଦରେ ୩୯.୨, କେନ୍ଦୁଝରରେ ୩୮.୪, ଗୋପାଳପୁରରେ ୩୫.୪, ପୁରୀରେ ୩୫.୨ ଏବଂ ପରାଦ୍ଵୀପରେ ୩୪.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ତେବେ ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି । ମେ ୧ ତାରିଖ ବେଳକୁ ୪୮ ଡିଗ୍ରୀ ଛୁଇଁବ ତାପମାତ୍ରା। ସେପଟେ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ଵସ୍ତି ଦେବ କାଳବୈଶାଖି ।

ଆଗାମୀ ୩ ଘଣ୍ଟା ପାଇଁ ଟ୍ଵିନ ସିଟି ସମେତ ୭ଜିଲ୍ଲାକୁ କାଳବୈଶାଖି ସତର୍କତା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ରାୟଗଡା, ଗଞ୍ଜାମ, ଖୋର୍ଦ୍ଧା, କଟକ, ନୟାଗଡ, ବରଗଡ ଓ ପୁରୀକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।

Leave A Reply

Your email address will not be published.