Latest Odisha News

BREAKING NEWS

ପତ୍ନୀଙ୍କ ସହ ଝଗଡା ପରେ କାଠଯୋଡିକୁ ଡେଇଁ ପଡିଲେ ଯୁବକ

କଟକ: ନିଜ ଧର୍ମପତ୍ନୀଙ୍କ ସହ ଝଗଡା କରିବା ପରେ ଜଣେ ଯୁବକ ବୁଧବାର ଦିନ କାଠଯୋଡି ନଦୀ ମଧ୍ୟକୁ ଡେଇଁ ପଡିଥିବା ନେଇ ଅଭିଯୋଗ ହୋଇଛି ।

ପ୍ରାପ୍ତ ସୂଚନାନୁଯାୟୀ ନିଆଳି ଥାନା ଅନ୍ତର୍ଗତ କରଞ୍ଜିଆ ଗ୍ରାମର ଜଗଦାନନ୍ଦ ଏକ ବାଇକରେ ପତ୍ନୀ ଓ ଛୁଆ ସହ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଏହି ସମୟରେ କୌଣସି କାରଣବଶତଃ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । କିଛି ସମୟ ପରେ ଯୁବକ ଜଣକ ବ୍ରିଜ୍ ପାଖରେ ଗାଡି ରୋକିବା ସହ ହଠାତ୍ ନଦୀ ମଧ୍ୟକୁ ଡେଇଁ ପଡିଥିଲେ ।

ଖବର ପାଇ ସଦର ପୋଲିସ ଏବଂ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି ଜାରି ଆରମ୍ଭ କରିଛନ୍ତି ।

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ଉଭୟଙ୍କ ମଧ୍ୟରେ କୌଣସି କାରଣବଶତଃ ଝଗଡା ହୋଇଥିଲା । ପରେ ଯୁବକ ଜଣକ ବ୍ରିଜ୍ ପାଖରେ ଗାଡି ଅଟକାଇଥିଲେ ଏବଂ ଦେଖୁଦେଖୁ ସେ ଅଚାନକ ବ୍ରିଜରୁ ଡେଇଁ ପଡିଥିଲେ । ପରେ ତାଙ୍କ ସ୍ତ୍ରୀ ମଧ୍ୟ ଛୁଆକୁ ଧରି ନଦୀକୁ ଡେଇଁବାକୁ ଚେଷ୍ଟା କରିଥିଲେ । ଏହା ଦେଖି ସଙ୍ଗେସଙ୍ଗେ ଆମେମାନେ ତାଙ୍କୁ ଅଟକାଇ ଦେଇଥିଲୁ ।

ଅପରପକ୍ଷରେ ଉଦ୍ଧାର କରିବା ଲାଗି ଆସିଥିବା ଓଡ୍ରାଫ୍ ଟିମର ମୋଟର ବୋର୍ଟ ଅନେକ ସମୟ ଧରି ଷ୍ଟାର୍ଟ ନହେବାରୁ ଉପସ୍ଥିତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

Leave A Reply

Your email address will not be published.