Latest Odisha News

BREAKING NEWS

ଲକଡାଉନ ୩.୦: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୦% ବୃଦ୍ଧି

ଭୁବନେଶ୍ୱର: ଓଡିଶାରେ ଶନିବାର ଦିନ ୬୫ଟି ନୂଆ କୋଭିଡ-୧୯ ପଜିଟିଭ ମାମଲା ଚିହ୍ନଟ ହୋଇଥିବାବେଳେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ସମୟରେ ଏହା ପ୍ରାୟ ୩୫୦% ବୃଦ୍ଧି ଘଟିଛି।

ମେ ୩ ତାରିଖ ତଥା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୩ ରହିଥିବା ବେଳେ ମେ ୧୬ ସୁଦ୍ଧା ଏହି ସଂଖ୍ୟା ପାଖାପାଖି ୫୭୪ ବଢ଼ିଛି।

ତେବେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ମେ ୧୮ରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ସମୟରେ ବିଭିନ୍ନ କଟକଣାକୁ ରାଜ୍ୟ ସରକାର ସାମାନ୍ୟ କୋହଳ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.