Latest Odisha News

BREAKING NEWS

ଗୋଲ୍ଡେନ ବାବାଙ୍କୁ ରିମାଣ୍ଡରେ ନେଲା ଇଓଡବ୍ଲୁ

ଭୁବନେଶ୍ୱର : ଗୋଲ୍ଡେନ ବାବା (ଜ୍ୟୋତି ରଞ୍ଜନ ବେଉରା)ଙ୍କୁ ଶନିବାର ଦିନ କ୍ରାଇମ୍ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗୋଟିଏ ଦିନ ରିମାଣ୍ଡରେ ନେଇଛି ।

ଦୁଇଟି ଠକେଇ ମାମଲାରେ ପୋଲିସ ଗୋଲ୍ଡେନ ବାବାକୁ ଗୋଟିଏ ଦିନ ରିମାଣ୍ଡରେ ନେଇ ପଚରାଉଚରା କରିବ ।

ଉଲ୍ଲେଖଯୋଗ୍ୟ, କମିଶନରେଟ୍ ପୋଲିସ ଗତବର୍ଷ ଡିସେମ୍ବର ୩୧ ତାରିଖରେ କମିଶନରେଟ୍ ପୋଲିସ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ନିକଟରୁ କେନ୍ଦୁଝରର ଏହି ଅଭିଯୁକ୍ତଙ୍କୁ ଅର୍ଥ ହେରଫେର ଅଭିଯୋଗରେ ଗିରଫ କରାଯାଇଥିଲା ।

ଓଡିଶା କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ପକ୍ଷରୁ ଏକ ତଦନ୍ତ ଆରମ୍ଭ କରାଯାଇ ଗୋଲ୍ଡେନ ବାବାଙ୍କ ନାମରେ ଥିବା ୧୨.୪ କୋଟିରୁ ୪.୦୫ କୋଟି ଟଙ୍କା ଅଭିଯୋଗ କ୍ରମେ ଗିରଫ କରାଯାଇଥିଲା ।

ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ଗୋଲ୍ଟେନ ବାବା ନାମରେ ପାଖାପାଖି ୧୯ଟି ଅପରାଧିକ ମାମଲା ରହିଛି ।

Leave A Reply

Your email address will not be published.