ଭୁବନେଶ୍ୱର : ରାଜଧାନୀରେ ବର୍ତ୍ତମାନ କରୋନା ସ୍ଥିତି ପିକ୍ରେ ନାହିଁ ବରଂ ଫ୍ଲାଟ୍ରେ ଅଛି । ପୂର୍ବରୁ ୪ରୁ ୫ ଶହ କେସ୍ ଆସୁଥିବା ବେଳେ ଏବେ ଦୁଇ ଶହ ଭିତରେ ରହୁଛି । ଆଗାମୀ ଦିନରେ ଏହା ଆହୁରି ତଳକୁ ଖସିବ ବୋଲି ଆଇସିଏମ୍ଆର କହିଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
କେତେକ ଅମାନିଆଙ୍କ ଯୋଗୁଁ କରୋନା ସଂକ୍ରମଣ ବଢୁଛି । ସେମାନଙ୍କୁ ସାବାଡ କରିବା ପାଇଁ ଟିମ୍ ଗଠନ କରାଯାଇଛି । ବିଏମସି ଅଧିକାରୀ ଓ କମିଶନରେଟ୍ ପୋଲିସ ଏହି ଟିମରେ ଥିବା ବେଳେ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଥିବା ସେ କହିଛନ୍ତି ।
Comments are closed.