Latest Odisha News

BREAKING NEWS

ପାକିସ୍ଥାନର ୨୨ତମ ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ ଖାନ୍

ଇସଲାମବାଦ : ପାକିସ୍ତାନର ୨୨ତମ ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ତେହେରିକ୍-ଏ ଇନସାଫ ଦଳର ନେତା ତଥା କ୍ରିକେଟରରୁ ରାଜନେତା ପାଲଟିଥିବା ୬୬ ବର୍ଷିୟ ଇମ୍ରାନ ଖାନ୍ । ଇସଲାମବାଦର ପ୍ରେସିଡେଣ୍ଟ ହାଉସରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିବାବେଳେ ପାକିସ୍ତାନ ରାଷ୍ଟ୍ରପତି ମାମୁନ୍ ହୁସେନ୍ ତାଙ୍କୁ ସତ୍ୟ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ଏହି ଶପଥ ଗ୍ରହଣ ଉତ୍ସବରେ ଭାରତର ପୂର୍ବତନ କ୍ରିକେଟର ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ଥିବା ନଭଜୋତ ସିଂ ସିଦ୍ଧୁ ଯୋଗ ଦେଇଥିଲେ । ସେପଟେ ଏହି ଗସ୍ତ ଫଳରେ ସିଦ୍ଧୁ ସୋସିଆଲ ମିଡିଆରେ ଅନେକ ଭାରତୀୟମାନଙ୍କ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି ।

ତେବେ ୩୪୨ ଆସନ ବିଶିଷ୍ଟ ସଂସଦରେ ସରକାର ଗଠନ ପାଇଁ ଆବଶ୍ୟକୀୟ ମ୍ୟାଜିକ ନମ୍ବର ଇମ୍ରାନ ସଂଗ୍ରହ କରିପାରିନଥିବା ବେଳେ ପାକିସ୍ଥାନରେ ତାଙ୍କ ସରକାର ଗଠନ ନେଇ ସାଧାରଣରେ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା ।

ତେବେ ଗତକାଲି ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲି ରେ ଇମ୍ରାନଙ୍କ ପିଟିଆଇକୁ ୧୭୬ଜଣ ସାଂସଦଙ୍କ ସମର୍ଥନ ପାଇଥିଲାବେଳେ ତାଙ୍କ ବିପକ୍ଷ ଦଳ ମୁସଲିମ୍-ଇ-ଲିଗ୍-ଏନ୍କୁ ମାତ୍ର ୯୬ଟି ଭୋଟ ମିଳିଥିଲା ।

ଫଳରେ ଇମ୍ରାନ୍ ଖାନ୍ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.