Latest Odisha News

BREAKING NEWS

କେରଳ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ଆକାଶ ମାର୍ଗରୁ: ୫୦୦କୋଟିର ସହାୟତା ଘୋଷଣା

ଭୁବନେଶ୍ୱର : କେରଳରେ ବନ୍ୟା ପରିସ୍ଥିତି ଯୋଗୁଁ ଦିନକୁ ଦିନ ଲୋକଙ୍କ ଅବସ୍ଥା ବେହାଲ ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶ ମାର୍ଗରୁ କେରଳର ବନ୍ୟାସ୍ଥିତିର ସମୀକ୍ଷା କରିଛନ୍ତି । ଏଥିସହିତ ୫୦୦ କୋଟିର ଆର୍ଥିକ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ।

ପ୍ରବଳ ବର୍ଷା ଯୋଗୁଁ କେରଳରେ ହୋଇଥିବା ବନ୍ୟାସ୍ଥିତିରେ ଏଯାଏଁ ସୁଧାର ଆସିନଥିବା ବେଳେ ୧୩ଟି ଜିଲ୍ଲାକୁ ହାଇଆଲର୍ଟ ଜାରି କରାଯାଇଛି । । ସେହିପରି ମୃତ ବ୍ୟକ୍ତିଙ୍କ ପରିବାର ବର୍ଗକୁ ୨ଲକ୍ଷ ଟଙ୍କାର କ୍ଷତିପୁରଣ ସହ ଆହତ ମାନଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବା ନେଇ ସୂଚନା ମିଳୁଛି ।

କେରଳରେ ଏଯାଏଁ ପାଖାପାଖି ୩୨୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି ।

ଅନ୍ୟପକ୍ଷରେ ସେନା, ବାୟୁସେନା, କୋଷ୍ଟ ଗାର୍ଡ ଓ ନୌସେନା ପକ୍ଷରୁ ଯୁଦ୍ଧ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବନ୍ୟା ପିଡିତ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ଏହା ବ୍ୟତିତ

ତେବେ ୧୯୨୪ ମସିହା ପରଠାରୁ ଏହା ହେଉଛି କେରଳ ପାଇଁ ସବୁଠାରୁ ଭୟଙ୍କର ବନ୍ୟା । ସୂଚନା ଅନୁଯାୟୀ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେରଳକୁ ୫କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିସାରିଛନ୍ତି ।

Leave A Reply

Your email address will not be published.