Latest Odisha News

BREAKING NEWS

ଦେଢ ଲକ୍ଷରେ ଏହି ସବୁ ସ୍ପୋର୍ଟସ୍ ବାଇକ କିଣି ପାରିବେ ..

ଭୁବନେଶ୍ବର : ଯୁବକମାନଙ୍କ ମଧ୍ୟରେ ସ୍ପୋର୍ଟସ୍ ବାଇକ୍ ପାଇଁ ଏକ ଭିନ୍ନ କ୍ରେଜ୍ ରହିଛି । ଯଦି ଆପଣ ଏକ ସ୍ପୋର୍ଟସ୍ ବାଇକ୍ କିଣିବାକୁ ଚାହୁଁଛନ୍ତି ଯାହା ଆପଣଙ୍କର ପ୍ରତିଦିନ ବ୍ୟବହାର ପାଇଁ ଉପଯୁକ୍ତ ହେବ ଓ ସ୍ପୋର୍ଟସ୍ ବାଇକର ମୂଲ୍ୟ କମ୍ ରହିଥିବ । ତେବେ ଏହି ସବୁ ବାଇକ୍ ଆପଣ କିଣି ପାରିବେ ..

Yamaha FZ-SFIV4

ୟାମାହା FZ-SFIV4ର ପୂର୍ବ ଶୋ’ରୁମ୍ ମୂଲ୍ୟ ୧ ଲକ୍ଷ ୨୮ ହଜାର ୯୦୦ ଟଙ୍କା ରହିଛି । ଏହି ବାଇକ୍ ରେ ଟ୍ରାକ୍ସନ୍ କଣ୍ଟ୍ରୋଲ୍ ସିଷ୍ଟମ୍ (TCS), ରିୟର ଡିସ୍କ ବ୍ରେକ୍ ସହ ଫ୍ରଣ୍ଟରେ ସିଙ୍ଗଲ ଚ୍ୟାନେଲ୍ ABS, ଲୋୟର ଇଞ୍ଜିନ୍ ଗାର୍ଡ ଏବଂ ବ୍ଲୁଟୁଥ ଇନେବଲ୍ଡ Y-କନେକ୍ଟ ଆପ୍ ସହିତ କନେକ୍ଟିଭିଟି , ମଲ୍ଟି-ଫଙ୍କସ୍ନାଲ୍ LCD ଇନଷ୍ଟ୍ରୁମେଣ୍ଟ କ୍ଳଷ୍ଟର, LED ହେଡଲାଇଟ୍ , ଟାୟାର ହଙ୍ଗିଗ ରିୟର ମୁଗଗାର୍ଡ, ଲୋୟର ଇଞ୍ଜିନ ଗାର୍ଡ ଭଳି ଫିଚର ରହିଛି ।

TVS Apache RTR 160 4V

TVS Apache RTR 160 4Vର ବାଇକର ଏକ୍ସ-ସୋରୁମ୍ ପ୍ରାଇସ୍ ୧ ଲକ୍ଷ ୨୬ ହଜାର ଟଙ୍କା ରହିଛି । ଏଥିରେ ୧୬ cc ସିଙ୍ଗଲ-ସିଲିଣ୍ଡର ଇଞ୍ଜିନ ରହିଛି । ୧୭.୪ bhpର ପାୱାର୍ ଓ ୧୪.୭୩ ର ପିକ୍ ଟର୍କ ଜେନେରେଟ୍ କରିଥାଏ । ଏହି ବାଇକ୍ ରେ ସେଗମେଣ୍ଟ ଫାଷ୍ଟ ram ଏୟାର କୁଲିଂର ସୁବିଧା ମିଳେ, ଯାହା ଇଞ୍ଜିନରୁ ବାହାରୁଥିବା ଉତ୍ତାପକୁ ପ୍ରାୟ ୧୦ ଡିଗ୍ରୀ କମ୍ କରିଥାଏ । ଏହି ବାଇକ୍ Fi ରେ ୧୧୪ କିଲୋମିଟର ଏବଂ କାର୍ବ ଭ୍ୟାରିଆଣ୍ଟରେ ୧୧୩ କିଲୋମିଟରର ଟପ୍ ସ୍ପିଡ ଦେବାରେ ସକ୍ଷମ ।

Bajaj Pulsar NS160

ବଜାଜ ପଲସର NS160ର ପ୍ରାରମ୍ଭିକ ମୂଲ୍ୟ ୧ ଲକ୍ଷ ୨୪ ହଜାର ଟଙ୍କା ରହିଛି । ଏହି ବାଇକର 160 ସିସି ଟ୍ୱିନ୍ ସ୍ପାର୍କ ରହିଛି । ବଜାଜ ପଲସର NS160 ର ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ ୧୭ ବିଏଚପି ପାଓ୍ବାର ଏବଂ ୧୪.୬ ଏନଏମ ର ପିକ୍ ଟର୍କ ଜେନେରେଟ୍ କରିଥାଏ ।

 

Comments are closed.