Latest Odisha News

ବେଙ୍ଗାଲୁରୁରେ ମୃତକଙ୍କ ସଂଖ୍ୟା ଦୁଇ ଗୁଣା ବୃଦ୍ଧି

ବେଙ୍ଗାଲୁରୁ :ସବୁଆଡେ କରୋନା ତାର କାୟା ମେଲାଇ ଚାଲିଛି । ପ୍ରତିଦିନ ବହୁ ଲୋକ ସଂକ୍ରମିତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ମୃତକଙ୍କ ସଂଖ୍ୟା ବଢିଚାଲିଛି । ସେହଭିଳି ବେଙ୍ଗାଲୁରୁରେ ମାସକ ଭିତରେ ସଂକ୍ରମିତଙ୍କ ସଂଖ୍ୟା ବଢିଥିବା ବେଳେ ମୃତକଙ୍କ ସଂଖ୍ୟା ଦୁଇ ଗୁଣିତ ହୋଇଛି । ଯାହାକି ବେଶ୍ ଚିନ୍ତା ବଢାଉଛି । ସେହିଭଳି ମୃତକ ମାନଙ୍କ ମଧ୍ୟରେ ମାତ୍ରାଧିକ ୪୯ବର୍ଷ ବୟସରୁ କମ୍ ବର୍ଷର ସଂକ୍ରମିତ ରହିଛନ୍ତି ।

କହିବାକୁ ଗଲେ ବେଙ୍ଗାଲୁରୁରେ ଗତ ୩୦ଦିନ ଭିତରେ ମୃତ୍ୟୁ ହାର ୯୫ପ୍ରତିଶତ ବଢିଛି । କିଛି ଦିନ ତଳେ ମୃତ୍ୟୁ ହାର ୫,୦୩୪ ଥିବା ବେଳେ ମଙ୍ଗଳବାର ଏହା ୧୦, ୦୧୨ରେ ପହଞ୍ଚିଛି । ମାସକ ଭିତରେ ପ୍ରାଣ ହରାଇଥିବା ୪,୯୭୦ଜଣଙ୍କ ଭିତରୁ ପ୍ରାୟ ୧ହଜାର ୯୦ଜଣ ୫୦ ବର୍ଷ ଭିତରେ ରହିଛନ୍ତି । ତେବେ ଚଳିତ ଥର କରୋନା ବେଶୀ କରି ଯୁବ ବର୍ଗଙ୍କୁ ସଂକ୍ରମିତ କରୁଛି ।

Leave A Reply

Your email address will not be published.