ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂ୍ର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବୁଧବାର ସକାଳେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି । ରାଜସ୍ଥାନର ସବାଈ ମାଧୋପୁର ଇଲାକାରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ରଘୁରାମ ରାଜନ ସାମିଲ ହୋଇଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଭିଡିଓରେ ରାହୁଲ ଗାନ୍ଧି ଓ ରଘୁରାମ ରାଜନ କଥାବାର୍ତ୍ତା ହୋଇ ଯାଉଥିବାର ଦେଖିବାକୁ ମିଳିଛି ।
ଭିଡିଓରେ ଦେଖିବାକୁ ମିଳିଛି ରଘୁରାମ ରାଜନ ରାହୁଲଙ୍କ ସହ ପାଦରେ ପାଦ ମିଶାଇ ଚାଲିଛନ୍ତି । ଏହାର ଫଟୋକୁ କଂଗ୍ରେସ ନିଜ ଟ୍ୱିଟର ହାଣ୍ଡେଲରେ ସେୟାର କରିଛି । ଏହାର କ୍ୟାପ୍ସନରେ ଲେଖାଯାଇଛି, ‘ଘୃଣାକୁ ବିରୋଧ କରି ଦେଶକୁ ଯୋଡିବା ପାଇଁ ସାଥ ଦେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ଗୋଟିଏ କଥା କହୁଛି, ଆମେ ଆମ ଲକ୍ଷ୍ୟରେ ସଫଳ ହେବୁ ।’ ଏଠି କହିରଖିବୁ, ରଘୁରାମ ରାଜନ ଗଭର୍ଣ୍ଣର ଥିବାବେଳେ ମୋଦି ସରକାରଙ୍କ ନୀତିକୁ ସମାଲୋଚନା କରି ଚର୍ଚ୍ଚାକୁ ଆସିଥିଲେ ।
୨୦୨୨ ସେପ୍ଟେମ୍ବର ୭ ତାରିଖରେ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଭାରତ ଯୋଡୋ ଯାତ୍ରା ଏବେ ଉତ୍ତରରେ କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ ଏବଂ କାଶ୍ମୀରରେ ପହଞ୍ଚି ଗଲାଣି । ଏହି ଯାତ୍ରା ଏବେ ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଦେଇ ରାଜସ୍ଥାନରେ ପହଞ୍ଚିଲାଣି । ରାଜସ୍ଥାନ ପରେ ଏହି ଶୋଭାଯାତ୍ରା ଏବେ ହରିଆଣାରେ ପ୍ରବେଶ କରିବ ।
ଏହି ଯାତ୍ରାରେ ବହୁ ବଡ ବଡ ନେତା ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏପରିକି ଅନେକ ବିରୋଧୀ ଦଳ ନେତାଙ୍କ ସହ ମେଧା ପାଟେକର, କମ୍ପ୍ୟୁଟର ବାବା ନାମରେ ପରିଚିତ ସ୍ୱୟମ୍ଭୁ ଗଡମ୍ୟାନ ନାମେଦବ ଦାସ ତ୍ୟାଗୀ, ଅଭିନେତ୍ରୀ ସ୍ୱରା ଭାସ୍କର, ବକ୍ସର ବିଜେନ୍ଦ୍ର ସିଂହ ସାଂସଦ ରାହୁଲ ଗାନ୍ଧିଙ୍କର ଏହି ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ ।
Former Governor of RBI, Dr. Raghuram Rajan joined Rahul Gandhi in today’s #BharatJodoYatra pic.twitter.com/BQax4O0KSF
— Darshnii Reddy ✋? (@angrybirddtweet) December 14, 2022
Comments are closed.