Latest Odisha News

BREAKING NEWS

Headmaster In Vigilance Net: ୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ପ୍ରଧାନଶିକ୍ଷକ

କନ୍ଧମାଳ: ଲାଞ୍ଚ ନେଇ ଫଶିଲେ ପ୍ରଧାନଶିକ୍ଷକ । ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କନ୍ଧମାଳ ଜିଲ୍ଲା ବୁଡାଗୁଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ପ୍ରଧାନ ଶିକ୍ଷକ ଜଣକ ହେଲେ କୁମରମଣି ମଲ୍ଲିକ ।

ଖବର ମୁତାବକ, ଜନୈକ ମହିଳା କର୍ମଚାରୀଙ୍କଠାରୁ ଦୁଇ ମାସର ଅନୁପସ୍ଥିତି ଏବଂ ଦରମା ନିୟମିତ କରିବାକୁ ଲାଞ୍ଚ ମାଗିଥିଲେ ପ୍ରଧାନ ଶିକ୍ଷକ କୁମରମଣି ମଲ୍ଲିକ । ଆଉ ୪ ହଜାର ଟଙ୍କା ଲାଞ୍ଚ ନ ଦେଲେ ଦରମା ନ ଦିଆଯିବନି ବୋଲି ପ୍ରଧାନ ଶିକ୍ଷକ ଜଣକ ଧମକ ଦେଇଥିଲେ । ଫଳରେ ଉପାୟଶୂନ୍ୟ ହୋଇ ମହିଳା କର୍ମଚାରୀ ଜଣଙ୍କ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇଥିଲେ ।

ଏହା ପରେ ଭିଜିଲାନ୍ସ ଟିମ୍ ପୂର୍ବ ନିର୍ଦ୍ଧାରିତ ଯୋଜନା ମାଧ୍ୟମରେ ଶ୍ରୀ ମଲ୍ଲିକ ଲାଞ୍ଚ ଫୋନ ପେ’ ମାଧ୍ୟମରେ ଲାଞ୍ଚ ନେଉଥିବାବେଳେ ତାଙ୍କୁ ରେଡ୍ ହ୍ୟାଣ୍ଡ କାବୁ କରିଥିଲା । ଅଭିଯୁକ୍ତ ପ୍ରଧାନ ଶିକ୍ଷକ କୁମରମଣି ମଲ୍ଲିକଙ୍କ ମୋବାଇଲ୍ ଫୋନ୍ ଜବତ କରାଯାଇଛି ।

 

Comments are closed.