Latest Odisha News

BREAKING NEWS

ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ଏଡିୟୁ ଗୋଦାର

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ୱର ୨ ତାରିଖରେ ଭୁବନେଶ୍ବର ଓ କଟକ ସହରର ବିଭିନ୍ନ ମଲ୍ଟିପ୍ଲେକ୍ସ ଏବଂ ପ୍ରକ୍ଷ୍ୟାଳୟରେ ମୁକ୍ତିଲାଭ କରିବାକୁ ଯାଉଛି  ଓଡ଼ିଆ ଚଳଚ୍ଚିତ୍ର ଏଡିୟୁ ଗୋଦାର । ଚଳଚ୍ଚିତ୍ର ନିର୍ମାତା ସଂସ୍ଥା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ସୂଚନା ଦିଆଯାଇଛି  ।

ଫିଲ୍ମଟି ଓଡିଶାରେ ମୁକ୍ତିଲାଭ କରିବାର ପରବର୍ତ୍ତୀ ସପ୍ତାହରେ ଏହି ଚଳଚିତ୍ରଟି କୋଲକାତା ଏବଂ ମୁମ୍ବାଇ ସର୍କଲରେ ମୁକ୍ତିଲାଭ କରିବ। ଏହି ଫିଲ୍ମଟି ଦର୍ଶକଙ୍କ ପସନ୍ଦ ମୁତାବକ ଓଡିଆ ସିନେମାରେ ଅତି ଉଚ୍ଚକୋଟୀର ବିଷୟବସ୍ତୁ ସୃଷ୍ଟି କରାଯାଇଛି  । ଏହି ଚଳଚିତ୍ରଟି ଲଣ୍ଡନର ସୀମିତ ସ୍ଥାନରେ ମୁକ୍ତିଲାଭ କରିବା ସହ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡ଼ାରେ ମୁକ୍ତିଲାଭ କରିବ।

ଅଭିନେତ୍ରୀ ଅନୁ ଚୌଧୁରୀ ଏହି ଚଳଚ୍ଚିତ୍ରକୁ ଉପସ୍ଥାପନା  କରୁଥିବା ବେଳେ ଜାତୀୟ ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶକ ଅମର୍ତ୍ୟି ଭଟ୍ଟାଚାର୍ଯ୍ୟ ଏହାର ରଚନାଓ ନର୍ଦେଶନା ଦେଇଛନ୍ତି। ପ୍ରଖ୍ୟାତ ଅଭିନେତା ଚୌଧୁରୀ ବିକାଶ ଦାଶ , ପ୍ରଯୋଜକ ସ୍ୱସ୍ତିକ ଚୌଧୁରୀ , ଏବଂ ଅଭିଷେକ ଗିରି ପ୍ରମୁଖ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ର ମଧ୍ୟମରେ ଚଳଚ୍ଚିତ୍ର ଜଗତର ସଂଘର୍ଷ ର କାହାଣୀ ଏଥିରେ ଦର୍ଶାଯାଇଛି।

 

Leave A Reply

Your email address will not be published.