Latest Odisha News

ଝାରସୁଗୁଡ଼ାରେ ଗ୍ରାମ୍ୟ ପୋଖରୀ ଗୁଡିକର ନବୀକରଣ କରୁଛି ବେଦାନ୍ତ

ଝାରସୁଗୁଡା: ବେଦାନ୍ତ ଆଲୁମିନିୟମ, ଭାରତର ବୃହତମ ଆଲୁମିନିୟମ ଉତ୍ପାଦକ, ଝାରସୁଗୁଡାର ୧୯ଟି ଗାଁ ପୋଖରୀକୁ ନବୀକରଣ କରି ୩୦୦୦ରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କୁ ସେମାନଙ୍କର ଜଳ ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରିଛି । କାଟିକେଲା, ଡାଲ୍କି, ପରମାନପୁର, ବଡମାଲ, କେଲଡାମାଲ, ସୋଢମାଲ, ଏବଂ ସାମାଶିଙ୍ଗା ଗ୍ରାମପଂଚାୟତ ଭିତରେ ଥିବା ପୋଖରୀଗୁଡିକ ସଫା ଏବଂ ନବୀକରଣ କରାଯାଇ ମୌସୁମୀ ସମୟରେ ବର୍ଷା ଜଳ ଅମଳ ସୁନିଶ୍ଚିତ କରିଛି ଏବଂ ଏହାଦ୍ୱାରା ପରିବାର, କୃଷି ଏବଂ ପଶୁପାଳନ ପାଇଁ ବର୍ଷସାରା ଜଳ ଉପଲବ୍ଧତକୁା ସୁନିଶ୍ଚିତ କରିପାରିଛି ।

ବେଦାନ୍ତ ଆଲୁମିନିୟମ ସ୍ଥାନୀୟ ସମ୍ପ୍ରଦାୟ, କର୍ମଚାରୀ ସ୍ୱେଚ୍ଛାସେବୀ ଏବଂ ଜଳ ପରିଚାଳନା ପ୍ରଫେସନାଲମାନଙ୍କ ସହିତ ବାର୍ଷିକ ଭିତିରେ ଭୂତଳ ଜଳ ରିଚାର୍ଜ ଏବଂ ବର୍ଷା ଜଳ ଅମଳ ପାଇଁ ପୋଖରୀଗୁଡ଼ିକୁ ସଫା କରିବା ପାଇଁ କାର୍ଯ୍ୟ କରିଥାଏ । ଏହି ଜଟିଳ ଇକୋସିଷ୍ଟମ୍‌ର ପୁନରୁଦ୍ଧାର ପ୍ରକ୍ରିୟା ଗୁରୁତ୍ୱପୂର୍ଣ୍ଣ ଜଳ ଉତ୍ସଗୁଡ଼ିକୁ ପୁନର୍ଜୀବିତ କରିବାରେ ସାହାଯ୍ୟ କରେ ଏବଂ ହଜାର ହଜାର ଲୋକଙ୍କ ପାଇଁ ଜଳ ଉପଲବ୍ଧତା ଏବଂ ସ୍ଥାନୀୟ ଜୈବ ବିବିଧତାକୁ ନିଶ୍ଚିତ କରେ ।

ବିଶ୍ୱ ଜଳ ଦିବସରେ ବେଦାନ୍ତ ଆଲୁମିନିୟମ କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ବାଗିଆମାଲ୍ ଗ୍ରାମ ଗ୍ରାମପଂଚାୟତରେ ଥିବା ଗାଁ ପୋଖରୀକୁ ସଫା ଏବଂ ପୁନଃସ୍ଥାପିତ କରିବା ପାଇଁ ଜଳ ସଂରକ୍ଷଣ, ବର୍ଷା ଜଳ ଅମଳ ଉପରେ ସଚେତନତା ସୃଷ୍ଟି କରିବା ତଥା ଏହି ଜଳସମ୍ପଦଗୁଡିକର ରକ୍ଷଣାବେକ୍ଷଣରେ ଦାୟିତ୍ୱ ବଂଟନକୁ ତ୍ୱରାନ୍ନିତ କରିଥିଲେ । କମ୍ପାନୀଦିନକୁ୪00 କିଲୋଲିଟର (KLD)ର ଏକ ନୂତନ ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟର ଭୂମି ପୂଜନ ଉତ୍ସବ ମଧ୍ୟ କରିଥିଲା, ଯାହା ଜଳର ପୁନର୍ବାର ବ୍ୟବହାରରେ ସହାୟକ ହେବ ।

ସ୍ଥାୟୀ ଜଳ ପରିଚାଳନା ପ୍ରତି କମ୍ପାନୀର ପ୍ରତିବଦ୍ଧତା ବିଷୟରେ ବକ୍ତବ୍ୟ ରଖି ଶ୍ରୀ ସୁନୀଲ ଗୁପ୍ତା, ସିଇଓ – ବେଦାନ୍ତ ଲିମିଟେଡ୍‌, ଝାରସୁଗୁଡା କହିଛନ୍ତି, “ବେଦାନ୍ତ ଆଲୁମିନିୟରେ ଜଳ ପରିଚାଳନା ନିଷ୍ପତି ନେବା ଆମର କାର୍ଯ୍ୟ ଏବଂ ବାହାରେ ପ୍ରକ୍ରିୟାରେ ଏକୀଭୂତ ହୋଇଛି । ଭବିଷ୍ୟତର ଆବଶ୍ୟକତାକୁ ଆକଳନ କରିବାବେଳେ ସ୍ଥାନୀୟ ଜଳ ଉପଲବ୍ଧତାକୁ ଟ୍ରାକ୍ ଏବଂ ତଦାରଖ କରିବା ପାଇଁ ଆମର ପ୍ରୟାସ ଜାରି ରହିଛି, ୨୦୩୦ ସୁଦ୍ଧା ଜଳ ସକରାତ୍ମକ ହେବାର ଆମର ଦୃଷ୍ଟିକୋଣ ସହିତ ସମାନ ହୋଇଛି । ଆମେ କାର୍ଯ୍ୟ କରୁଥିବା ଅଂଚଳର ପରିବେଶକୁ ସଂରକ୍ଷଣ ସହିତ ସ୍ଥାନୀୟ ଜଳ ଭିତିଭୂମି ବୃଦ୍ଧି କରି ଜଳକୁ-ସ୍ଥାୟୀ ସମ୍ପ୍ରଦାୟ ସୃଷ୍ଟି କରିବା ଆମର ଲକ୍ଷ୍ୟ । ”

କୋଲାବିରା ବ୍ଲକ ଗ୍ରାମ ପଂଚାୟତର ଚେୟାରମ୍ୟାନ୍ ତଥା ୱାର୍ଡ ସଦସ୍ୟ ଶ୍ରୀ ଭୋଜରାଜ ପଟେଲ ଆହୁରି ମଧ୍ୟ କହିଛନ୍ତି ଯେ, ବେଦାନ୍ତ ଆଲୁମିନିୟମ୍ ଆମ ଗାଁରେ ସମ୍ପ୍ରଦାୟର ପୋଖରୀଗୁଡ଼ିକର ପୁନରୁଦ୍ଧାର ତଥା ରକ୍ଷଣାବେକ୍ଷଣରେ ସହାୟତା କରିଆସୁଛି । ସମସ୍ତ ପୋଖରୀ ସଫା କରିବା କାର୍ଯ୍ୟ ଜଳ ପରିଚାଳନା ବିଶେଷଜ୍ଞଙ୍କ ପରାମର୍ଶରେ କରାଯାଇଥାଏ । ସମୟ ସହିତ, ଆମ ବ୍ଲକର ନବୀକରଣ ହୋଇଥିବା ପୋଖରୀଗୁଡ଼ିକ କେବଳ ସ୍ଥାନୀୟ ବାସିନ୍ଦାଙ୍କୁ ନୁହେଁ, ପଶୁପାଳନ ଏବଂ ଜୈବ ବିବିଧତାକୁ ମଧ୍ୟ ଉପକୃତ କରିଛି । ”

ବେଦାନ୍ତ ଆଲୁମିନିୟମ୍ ବିଭିନ୍ନ ଉପାୟରେ ଏକ ସକରାତ୍ମକ ଜଳ ପାଦଚିହ୍ନ ସୃଷ୍ଟି କରିବା ପାଇଁ ସ୍ଥାନୀୟ ସମ୍ପ୍ରଦାୟ ସହିତ କାର୍ଯ୍ୟ କରିଆସୁଛି, ଯେପରିକି:

  • କୃଷି କ୍ଷେତ୍ରରେ ବେଦାନ୍ତ ଆଲୁମିନିୟମ୍‌ର ସ୍ଥାୟୀ ଜୀବିକା ପ୍ରକଳ୍ପ ଜୀଭିକା ସମ୍ରିଦ୍ଧୀ ଜରିଆରେ କମ୍ପାନୀ ଜଳସେଚନ ବୃଦ୍ଧି ପାଇଁ ଡ୍ରପ୍‌-ଜଳସେଚନ, ଟ୍ରାଡଲ୍ ପମ୍ପ, ସୌର ଚାଳିତ ଜଳ ପମ୍ପ, ବର୍ଷା ଜଳ ଅମଳ ସଂରଚନା ଇତ୍ୟାଦି ଉନ୍ନତ କୃଷି ପ୍ରଣାଳୀ ଗ୍ରହଣ କରିବାରେ ସାହାଯ୍ୟ କରୁଛି । ଫସଲ ପାଇଁ ମୌସୁମୀ ଉପରେ ନିର୍ଭରଶୀଳତାକୁ ମଧ୍ୟ ହ୍ରାସ କରୁଛି ।
  • ଘର ଏବଂ ଜଳସେଚନ ଉଦ୍ଦେଶ୍ୟରେ ମାଇନର ରିଭର ଲିଫ୍ଟ ଜଳସେଚନ ପଏଂଟ (ଏମଏଲଆରପି), ଡ୍ରପ୍ ଜଳସେଚନ ପ୍ରଣାଳୀ, ଚେକ୍ ଡ୍ୟାମ୍‌, ଲିଫ୍ଟ ଜଳସେଚନ (ଏଲଆଇ) / କମ୍ୟୁନିଟି ନଦୀ ଲିଫ୍ଟ ଜଳସେଚନ (ସିଆରଏଲପି) ପଏଂଟ ଏବଂ ସୌର ଜଳସେଚନ ପଏଂଟ ପରି ସମ୍ପ୍ରଦାୟର ଜଳ ଭିତିଭୂମି ନିର୍ମାଣ କରି ସମ୍ପ୍ରଦାୟକୁ ଜଳ ପାଇଁ ବାର୍ଷିକ ସୁବିଧା ପାଇବାରେ ସାହାଯ୍ୟ କରୁଛି । ଏହି ପଦକ୍ଷେପ ମାଧ୍ୟମରେ କମ୍ପାନୀ ପ୍ରାୟ ୨୨୬ ଏକର ଜମି ଯୋଗାଇଥାଏ, ଯାହାର ପ୍ରାୟ ୫୨.୫ ଲକ୍ଷ ଲିଟର ଜଳ ସଂରକ୍ଷଣ କ୍ଷମତା ଅଛି ।
  • ଏହାର କାର୍ଯ୍ୟ ପରିସରରେ ସମ୍ପ୍ରଦାୟର ୱାଟରବୋଡିଗୁଡିକର ବାର୍ଷିକ ପୁନରୁଦ୍ଧାର ଏବଂ ନବୀକରଣ ।
  • ଘର ଏବଂ ଜଳସେଚନ ଉଦ୍ଦେଶ୍ୟରେ ଜଳକୁ ପ୍ରବେଶ କରିବାରେ ସାହାଯ୍ୟ କରିବା ପାଇଁ ନଳକୂପ, କୂଅ, ପୋଖରୀ, ପେରକୋଲେସନ୍ ଟ୍ୟାଙ୍କ ଇତ୍ୟାଦି ଜଳ ସମ୍ବନ୍ଧୀୟ ସମ୍ପ୍ରଦାୟର ଭିତିିଭୂମି ନିର୍ମାଣ କରିଛି ।
  • ଗ୍ରୀଷ୍ମ ମାସରେ ପେରିଫେରାଲ୍ ସମ୍ପ୍ରଦାୟକୁ ପାନୀୟ ଜଳ ଯୋଗାଣରେ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରିବା ଇତ୍ୟାଦି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୭ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୨ୟ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା ।

ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Comments are closed.