Latest Odisha News

BREAKING NEWS

ଗୁଜରାଟ ଉପ ନିର୍ବାଚନ: ସମସ୍ତ ୮ଟି ଯାକ ସିଟରେ ବିଜେପି ଆଗୁଆ, ରୂପାଣି କହିଲେ ଏହା ଟ୍ରେଲର

ଅହମ୍ମଦାବାଦ: ଉପ ନିର୍ବାଚନ ଫଳାଫଳ ପ୍ରାୟତଃ ବିଜେପି ସପକ୍ଷରେ ଯାଉଛି । ମଧ୍ୟପ୍ରଦେଶ, କର୍ଣ୍ଣାଟକ ଗୁଜରାଟ ଓ ବିହାରରେ ଦଳ ଭଲ ପ୍ରଦର୍ଶନ କରୁଛି । ଗୁଜରାଟର ୮ଟି ଯାକ ସିଟରେ ବିଜେପି ଆଗୁଆ ରହିଛି । ଏଥିରେ ଖୁସି ହୋଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି କହିଛନ୍ତି ଏହା ତ କେବଳ ଟ୍ରେଲର, ଆଗକୁ ଦେଖ କଣ ହେଉଛି ।

୫ଟି ସିଟରେ ବିଜେପି ପ୍ରାର୍ଥୀ ଭଲ ଅଗ୍ରଣୀ ସହ ବିଜୟ ନିଶ୍ଚିତ କରିଛନ୍ତି । ଏହି ସିଟଗୁଡିକ ହେଲା ଲିମ୍ବଡି, ଅବଡାସା, କପରାଡା, ଡାଂଗ ଓ କରଜାନ ସିଟ୍ । ୮୧ ପ୍ରାର୍ଥୀ ଗୁଜରାଟ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ୩ଟି ସିଟରେ କିଛି ସଂଘର୍ଷ ଜାରି ରହିଛି ।

Leave A Reply

Your email address will not be published.