Latest Odisha News

କ୍ରିଷ୍ଣା ଅଭିଷେକଙ୍କ ମଧୁବାଲା ସାଜିବେ ପାୟଲ ଘୋଷ !

ମୁମ୍ବାଇ: ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଭଳି ସଙ୍ଗୀନ ଅଭଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ପାୟଲ ଘୋଷ । ଏଥିପାଇଁ ଅନୁରାଗ ଥାନାକୁ ବି ଯାଇଥିଲେ । ହେଲେ ଏବେ ହାସ୍ୟ କଳାକାର କ୍ରିଷ୍ଣା ଅଭିଷେକଙ୍କ ମଧୁବାଲା ସାଜିବା ପାଇଁ ପ୍ରସ୍ତୁତ ହେଉଛନ୍ତି ପାୟଲ ଘୋଷ ।

ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଫିଲ୍ମ ରେଡ୍ । ଏହାର ନିର୍ଦ୍ଦେଶନା ଭାର ରାଜୀବ ଚୌଧୁରୀ ସମ୍ଭାଳିଥିବାବେଳେ ଏଥିରେ ଆଇକନିକ୍ ଅଭିନେତ୍ରୀ ମଧୁବାଲାଙ୍କ କିର୍ଦାରରେ ପାୟଲ ଘୋଷଙ୍କୁ ଦେଖିବାକୁ ମିଳିବ । ଫିଲ୍ମରେ କ୍ରିଷ୍ଣା ଅଭିଷେକଙ୍କ ଅପୋଜିଟ୍‌ରେ ତାଙ୍କୁ ଦର୍ଶକ ଦେଖିବାକୁ ପାଇବେ । ଶେଷଥର ପାଇଁ ବିବାଦୀୟ ଅଭିନେତ୍ରୀ ପାୟଲଙ୍କୁ ୨୦୧୭ରେ ରିଲିଜ୍ ହୋଇଥିବା ପଟେଲ୍ କି ପଂଜାବୀ ଶାଦୀ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା ।

ଅନ୍ୟପଟେ ବୋଲ୍ ବଚ୍ଚନ ଓ ଏଣ୍ଟରଟେନ୍‌ମେଣ୍ଟ ଭଳି ଫିଲ୍ମରେ ଅଭିନୟ କରିଥିବା କ୍ରିଷ୍ଣା ଦର୍ଶକଙ୍କ ନିକଟରେ ଅଜଣା ନୁହଁନ୍ତି । ତେବେ ଅନୁରାଗ କଶ୍ୟପଙ୍କ ବିରୋଧରେ ଅଭିଯୋଗର ଚର୍ଚ୍ଚା ନିଶ୍ଚିତ ଭାବେ ପାୟଲଙ୍କ ଫିଲ୍ମକୁ ସହାୟକ ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.