Latest Odisha News

BREAKING NEWS

ଦେଶରେ କୋଭିଡ ମୃତ୍ୟୁ ସରକାରୀ ସଂଖ୍ୟାଠୁ ୮ ଗୁଣା ଅଧିକ: ଲାନେସଟ ରିପୋର୍ଟ

ନୂଆଦିଲ୍ଲୀ: ପ୍ରତିଷ୍ଠିତ ମାଗିଜାନ ଲାନସେଟ ମିଡିଆର ସଦ୍ୟ ରିପୋର୍ଟ କୋଭିଡ ମୃତ୍ୟୁକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି । ଯେଉଁଥିରେ ଦେଶରେ କୋଭିଡ ମୃତ୍ୟୁ ସଂଖ୍ୟା ଏବେର ସରକାରୀ ଭାବେ ଜାରି ହୋଇଥିବା ମୃତ୍ୟୁ ସଂଖ୍ୟା ତୁଳନାରେ ୮ ଗୁଣା ଅଧିକ। ଅର୍ଥାତ ଲାନସେଟ ରିପୋର୍ଟକୁ ଯଦି ସତ ବୋଲି ଗ୍ରହଣ କରାଯିବ ତାହେଲେ ଏବେ ଦେଶରେ ମୃତ୍ୟୁ ସଂଖ୍ୟା ୪୦ ଲକ୍ଷ ଉପରେ ରହିବ । ସରକାରୀ ଭାବେ କୋଭିଡ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୯ ହଜାରରୁ ଅଧିକ ରହିଛି।

ଶୁକ୍ରବାର ଲାନସେଟ ଏହି ରିପୋର୍ଟ ପ୍ରକାଶ କରିଛି । ୨୦୨୧ ଡିସେମ୍ବର ଯାଏ ସାରା ବିଶ୍ୱରେ କୋଭିଡରେ ୧.୮୨ କୋଟି ପ୍ରାଣ ହରାଇଛନ୍ତି। କିନ୍ତୁ ଏବେ ସମସ୍ତ ଦେଶର ସରକାରୀ ହିସାବରେ କୋଭିଡ ମୃତ୍ୟୁ ସଂଖ୍ୟା ୫୯ ଲକ୍ଷ ରହିଛି। ଅର୍ଥାତ ତିନି ଗୁଣା ଅଧିକ ମୃତ୍ୟୁ ହୋଇଛି ବୋଲି ଲାନସେଟ ରିପୋର୍ଟରେ କହିଛି।

ବିଲ୍ ଆଣ୍ଡ ଗେଟସ ଫାଉଣ୍ଡେସନ ଦ୍ୱାରା ଏହି ମେଡିକାଲ ଜର୍ଣାଲ ଆର୍ଥିକ ସହାୟତା ପାଏ । ଫାଉଣ୍ଡେସନ କହିଛି, ଜାନୁଆରୀ ୧, ୨୦୨୦ରୁ ଡିସେମ୍ବର ୩୧, ୨୦୨୧ ମଧ୍ୟରେ ସମଗ୍ର ବିଶ୍ୱରେ ରେକର୍ଡ ହୋଇଥିବା କୋଭିଡ ଜନିତ ମୋଟ୍ ମୃତ୍ୟୁ ସଂଖ୍ୟା ମାତ୍ର ୫୯ ଲକ୍ଷ ଥିଲା। ଯେତେବେଳେ କି ଆମେ ଅନୁମାନ କରୁଛୁ ଯେ କରୋନା ମହାମାରୀ ହେତୁ ସାରା ବିଶ୍ୱରେ ୧.୮୨ କୋଟି ଲୋକ ପ୍ରାଣ ହରାଇଛନ୍ତି।

ସେହିପରି କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଦେଶ ଆମେରିକାରେ ୧୧.୩ ଲକ୍ଷ ଏବଂ ରୁଷିଆରେ ୧୦.୭ ଲକ୍ଷରୁ ଅଧିକ ପ୍ରାଣ ହରାଇଛନ୍ତି ଏହି ଅବଧି ମଧ୍ୟରେ ବୋଲି ସରକାରୀ ରିପୋର୍ଟରେ ଉଲ୍ଲେଖ ରହିଛି ।

Comments are closed, but trackbacks and pingbacks are open.