Latest Odisha News

BREAKING NEWS

କୁଳାଙ୍ଗାର ଉବାଚ : ଏସ୍.ପି ଶାସନ ଚଳିବ ନାଇଁ

ଖିଆପିଆ ଗଣ୍ଡଗୋଳ ସହିତ
ନିର୍ବାଚନ ଗଲେ ସରି;
ପଞ୍ଚାୟତରେ ସରପଞ୍ଚ ପତି
ଏସ୍.ପି ହୁଅନ୍ତି ଭରି!

ସଂରକ୍ଷଣ ଯୋଗୁଁ ବାଧ୍ୟ ହୋଇ ସିନା
ପତ୍ନୀଙ୍କୁ କରିଲେ ଠିଆ;
ମନ କିନ୍ତୁ ନାହିଁ ଛାଡିବାକୁ ତାଙ୍କୁ
କ୍ଷମତା ଓ ଖିଆପିଆ !!

ଡର କାଳେ ସିଏ ସବୁ ଅଳିଆକୁ
ସୁବିଧାରେ ଗଲେ ଶିଖି;
ନିର୍ଯ୍ୟାତନା ତାକୁ ଦେଇ ତ ହେବନି
ପୂର୍ବପରି ଘରେ ରଖି!

ସଂରକ୍ଷଣ ଯେବେ ଉଠିବ ପୁଣି
ନିଜେ ହେବା ପାଇଁ ଠିଆ;
ଏସ୍.ପି ବାବୁମାନେ କହନ୍ତି ମୁଁ ଅଛି
ତୁ ରୋଷେଇ ଘରେ ଥାଆ!

ସମୟ ଆସିଛି ପୁରୁଷ ଓ ନାରୀ
ସଭିଏଁ ଏକ୍ ହୁଅ;
ପଞ୍ଚାୟତରୁ ଏସ୍.ପି ଶାସନ
ଆଜି ହିଁ ହଟେଇ ଦିଅ!

ଯିଏ ଜିତି ଅଛି ପଦବୀକୁ ତାର
ଚଉକିରେ ବସୁ ସିଏ;
ତା ପାଖରେ ବସି ଶାସନ ବ୍ୟବସ୍ଥା
ନସମ୍ଭାଳୁ ଆଉ କିଏ!

ସରପଞ୍ଚିଆଣୀ ବାଛିଅଛେ ଆମେ
ନାରୀଙ୍କର ଶକ୍ତି ପାଇଁ;
ସରପଞ୍ଚ ପତି ଆସିଲେ ସେ ସ୍ଥାନେ
କର ସର୍ବେ ନାଇଁନାଇଁ!

ବୈଠକ, ଭାଷଣ, ନିଷ୍ପତିରେ ପତି
ଅଧିକାର କଲେ ସ୍ଥାନ;
ଶାଢି ଏବଂ ଚୁଡି ପିନ୍ଧାଇ ତାହାଙ୍କୁ
ଦେବା ଭଦ୍ର ଅପମାନ!

ଯେବେ ଏସ୍.ପି ବାବୁ କାର୍ଯ୍ୟାଳୟକୁ
ଆଣିଥିବେ ନରନାରୀ;
କହିବା ସେ ତାହା ଅବଶ୍ୟ କରନ୍ତୁ
ସାଥିରେ ପତ୍ନୀଙ୍କୁ ଧରି!

Comments are closed, but trackbacks and pingbacks are open.