Latest Odisha News

BREAKING NEWS

କେନ୍ଦ୍ର ସରକାରଙ୍କୁ କିଷାନ ସଂଘର ଚେତାବନୀ, ନଭେମ୍ବର ୨୬ ସୁଦ୍ଧା ପ୍ରତ୍ୟାହାର କର କୃଷି ଆଇନ

ନୂଆଦିଲ୍ଲୀ : ପୁଣି କେନ୍ଦ୍ର ସରକାରଙ୍କ ବିରୋଧରେ ରଣହୁଙ୍କାର ଡାକରା । ଡେଡଲାଇନ ଦେଇଛି ଭାରତୀୟ କିଷାନ ସଂଘ । ଆସନ୍ତା ନଭେମ୍ବର ୨୬ ସୁଦ୍ଧା ଯଦି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରାନଯାଏ, ତେବେ ଦିଲ୍ଲୀ ସୀମାରେ ପୁଣି କୃଷକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା ରାକେଶ ଟିକାୟତ । ବିବାଦୀୟ ଚାଷୀ ଆଇନକୁ ହଟାଇବା ଲାଗି ଦୀର୍ଘ ଏକ ବର୍ଷ ଧରି ଆନ୍ଦୋଳନ ଜାରି ରହିଥିବା ବେଳେ, ଏବେ ପୁଣି ଚାଷୀଙ୍କ ଧମକ କେନ୍ଦ୍ର ସରକାରଙ୍କ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

ଯଦି ୨୬ ତାରିଖ ସୁଦ୍ଧା ଏହି ବିବାଦୀୟ ଆଇନ ପ୍ରତ୍ୟାହାର କରା ନଯାଏ, ତେବେ ୨୭ ତାରିଖରୁ ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଟ୍ରାକ୍ଟରରେ ଦିଲ୍ଲୀ ଅଭିମୁଖେ ଆସି ସୀମାରେ ଠୁଳ ହେବେ । ଦିଲ୍ଲୀ ସୀମାନ୍ତରୁ ବ୍ୟାରିକେଡ ହଟାଇ ଦିଆଯିବା ପରେ ଚାଷୀମାନେ ନୂଆ ନୂଆ ଧମକ ଦେବାରେ ଲାଗିଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଶସ୍ୟ ମଣ୍ଡିରେ ପରିଣତ କରିବା ଲାଗି ପୂର୍ବରୁ ସଂଗଠନ ଧମକ ଦେଇଥିଲା । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ସହ ଅନେକ ଥର ଆଲୋଚନା ହୋଇଥିଲେ ବି ନିଜ ଜିଦରେ ଚାଷୀ ସଙ୍ଗଠନ ଅଟଳ ଥିବାରୁ ଚାଷୀ ତାତି ଥମିବାର ଆଶା ଦେଖା ଯାଉନାହିଁ ।

Leave A Reply

Your email address will not be published.