Latest Odisha News

ମୋତେ ଘରୁ ବାହାର କରିବାକୁ ଚକ୍ରାନ୍ତ କରାଯାଉଛି: ବର୍ଷା

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ତାଙ୍କ ଶାଶୁ ଥାନାରେ ଅଭିଯୋଗ କରିବା ପରେ ଏନେଇ ମୁହଁ ଖୋଲିଛନ୍ତି ସେ ।

ଶାଶୁ ମା’ ମଧୁସ୍ମିତା ମହାନ୍ତିଙ୍କ ଅଭିଯୋଗ ପରେ ବର୍ଷା କହିଛନ୍ତି ଯେ ସେମାନେ ମୋତେ ଜାଣିଶୁଣି ଘରୁ ବାହାର କରିଦେବାକୁ ଚକ୍ରାନ୍ତ କରୁଛନ୍ତି । ଏନେଇ ସେ ମଧ୍ୟ ପୁରୀଘାଟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଅନୁଭବଙ୍କ ମା’ ପୁରୀଘାଟ ଥାନାରେ ବର୍ଷାଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ କଟକ ସ୍ଥିତ ନନ୍ଦିସାହି ଘରର ମରାମତି କାର୍ଯ୍ୟ ପାଇଁ ବର୍ଷାଙ୍କୁ ଘର ଛାଡିବାକୁ ପଡିବ ।

ଅଧିକ ପଢନ୍ତୁ- ୧୦ ଦିନ ପାଇଁ ବର୍ଷା ଘର ଛାଡନ୍ତୁ: ଅନୁଭବଙ୍କ ମାଆ

ଆହୁରି ମଧ୍ୟ ୧୦ ଦିନ ପାଇଁ ଘର ଖାଲି କରିବାକୁ ବର୍ଷାଙ୍କୁ କୁହାଯାଉଥିଲେ ମଧ୍ୟ ସେ ଘର ଛାଡୁ ନାହାଁନ୍ତି । ସେ ଘର ଖାଲି କଲେ ମରାମତି କାର୍ଯ୍ୟ ହୋଇପାରିବ ବୋଲି ଅନୁଭବଙ୍କ ମା’ ପ୍ରକାଶ କରିଥିଲେ ।

Leave A Reply

Your email address will not be published.