Latest Odisha News

ମୁସଲମାନଙ୍କ ପାଇଁ ଇଦ୍ ଗିଫ୍ଟ; ବିଜେପି ଲଞ୍ଚ କଲା ‘ସୌଗାତ-ଏ-ମୋଦୀ’

ନୂଆଦିଲ୍ଲୀ: ରମଜାନ ମାସରେ ବିଜେପି ସରକାର ସଂଖ୍ୟାଲଘୁ ମୁସଲମାନଙ୍କ ପାଇଁ ‘ସୌଗାତ-ଏ-ମୋଦୀ’ ମୋର୍ଚ୍ଚା ଅଭିଯାନ ଆରମ୍ଭ କରିବାକୁ ଯାଉଛି। ତେବେ ଏହି ଅଭିଯାନ ବିଜେପି ସଭାପତି ଜେପି ନଡ୍ଡାଙ୍କ ତତ୍ତ୍ୱାବଧାନରେ ମଙ୍ଗଳବାର ଦିଲ୍ଲୀର ନିଜାମୁଦ୍ଦିନରୁ ଆରମ୍ଭ ହେବାକୁ ଯାଉଛି। ଏହାଦ୍ୱାରା ୩୨ ଲକ୍ଷ ଗରିବ ମୁସଲମାନଙ୍କୁ  ଇଦ୍ ଉପହାର ମିଳିବ। ଯାହାଫଳରେ ଗରିବ ମୁସଲମାନମାନେ ଖୁସିରେ  ଇଦ୍ ପାଳନ କରିପାରିବେ।

ଏହି ଅଭିଯାନ ଅଧୀନରେ ଏକ ପ୍ୟାକେଟ ଦିଆଯିବ। ଯେଉଁଥିରେ  ପୋଷାକ ସହିତ ସିନ୍ଦୁର, ଖଜୁରି ଏବଂ ଫଳ ଭଳି ଖାଦ୍ୟ ସାମଗ୍ରୀ ରହିବ। ତେବେ ଏଥିରେ ମହିଳାମାନଙ୍କ ପାଇଁ ସୁଟ୍ ଏବଂ ପୁରୁଷମାନଙ୍କ ପାଇଁ କୁର୍ତ୍ତା-ପାଇଜାମା ରହିଛି। ତେବେ ଗୋଟିଏ କିଟ୍‌ର ମୂଲ୍ୟ ୫୦୦ ରୁ ୬୦୦ ଟଙ୍କା ଥିବା ସୁତ୍ରରୁ ଜଣାପଡିଛି।

ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜମାଲ ସିଦ୍ଦିକି ଏକ ସାକ୍ଷାତକାରରେ କହିଛନ୍ତି ଯେ ଇଦ୍, ଗୁଡ୍ ଫ୍ରାଇଡେ, ଇଷ୍ଟର, ନୌରୋଜ୍ ଏବଂ ହିନ୍ଦୁ ନବବର୍ଷରେ ଗରିବ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏହି ପ୍ରୟାସ କରାଯାଉଛି। ତେବେ ଜିଲ୍ଲା ସ୍ତରରେ ଇଦ୍ ମିଳନ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ବୋଲି ମଧ୍ୟ ସେ କହିଛନ୍ତି।

ଏହି ସବୁ ମାଧ୍ୟମରେ ବିଜେପି ମୁସଲିମ ସମ୍ପ୍ରଦାୟର ପର୍ବପର୍ବାଣୀକୁ ପ୍ରୋତ୍ସାହିତ କରିବା ସହ ରାଜନୈତିକ ସମର୍ଥନ ହାସଲ କରିବାର ମଧ୍ୟ ଉଦ୍ଦେଶ୍ୟ ରଖୁଥିବା ନେଇ ଚର୍ଚ୍ଚା ହେଉଛି।

 

Comments are closed.