Latest Odisha News

ମୁଁ ଶ୍ରୀୟାକୁ ବହୁତ ଭଲ ପାଏ, ସବୁ ସମ୍ପତ୍ତି ତା ନାଁରେ କରିଦେଇଛି

ଭୁବନେଶ୍ୱର: ଓଲିଉଡ଼ ପିଛା ଛାଡ଼ୁନି ବିବାଦ  ।   ପୂର୍ବରୁ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ପରେ ବାବୁଶାନ ଏବଂ ଏବେ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ହାଟରେ ପଡି ଦାଣ୍ଡରେ ଗଡ଼ିଲାଣି  । ଏହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ।

ଗଲା ତିନି ଦିନ ତଳେ ମହିଳା ଥାନାରେ କଣ୍ଠଶିଳ୍ପୀ ହିଉମାନ ସାଗରଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନା ଆଣିଥିଲେ ପତ୍ନୀ ଶ୍ରୀୟା ମିଶ୍ର । ଏଥି ସହ ଯୌତୁକ ନିର୍ଯାତନା ଅଭିଯୋଗ ମଧ୍ୟ ଆଣିଥିଲେ । ଅଭିଯୋଗ ପାଇବା ପରେ ଉଭୟଙ୍କ ଗତକାଲି କଟକ ମହିଳା ଥାନାରେ ହାଜର ହୋଇଥିଲେ ।  ଉଭୟ ନିଜ ନିଜ ର ସଦସ୍ୟଙ୍କ ଆସିଥିଲେ । ପ୍ରଥମେ ଶ୍ରୀୟା, ତାଙ୍କ ବାପା ଓ ଆଇନୀଜୀବୀ ଥାନାକୁ ଆସିଥିବା ବେଳେ ପରେ ହ୍ୟୁମାନ ସାଗର ଓ ତାଙ୍କ ଓକିଲ ଥାନାକୁ ଆସିଥୁଲେ  । ପରେ ହିଉମାନ ସାଗରଙ୍କ ମା’ ଶେଫାଳି ସୁନା ଥାନାକୁ ଆସିଥିଲେ  । ପ୍ରଥମେ ହିଉମାନ ଓ ପତ୍ନୀ ଶ୍ରୀୟାଙ୍କୁ ମୁହାଁମୁହିଁ ଦୁଇ ଘଣ୍ଟା ଜେରା କରାଯାଇଥିଲା  । ଏଥିସହ ଅନେକ କଥାକୁ ପୋଲିସ ନୋଟ କରିବା ସହ ଉଭୟଙ୍କୁ ଦୁଇ ଦିନ ସମୟ ମାଗିଛିନ୍ତି ।
ତେବେ ବିବାଦ ଏତିକିରେ ସୀମିତ ରହିନାହିଁ । ଶ୍ରୀୟାଙ୍କ ବାପା ଓ ଶ୍ରୀୟାଙ୍କ ଓକିଲ ହିଉମାନ ସାଗରଙ୍କ ଉପରେ ଅନେକ ଅଭିଯୋଗର ପାହାଡ଼ ଲଦି ଦେଇଥିବା ଦେଖାଯାଇଥିଲା  । ହ୍ୟୁମାନ ତାଙ୍କ ଝିଅକୁ ଦୀର୍ଘ ସତ ବର୍ଷ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା କହିବା ସହ ଧର୍ମ ପରିବର୍ତ୍ତନ କରିବା ପାଇଁ ଚାପ ପକାଉଥିଲେ ବୋଲି ଅଭିଯୋଗ ଆଣିଥିଲେ ।  ଏପରିକି ହ୍ୟୁମାନ ଓ ତାଙ୍କ ପରିବାର  ଯୌତୁକ ନିର୍ଯାତନା ମଧ୍ୟ ଦେଉଥିବା କଥା ମଧ୍ୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
ଏହି ସବୁ ଘଟଣା ମିଛ ଏବଂ ମୁଁ କେବେ ସେମିତି ଭୁଲ କରିନାହିଁ ବୋଲି କହିଛନ୍ତି ହ୍ୟୁମାନ ସାଗର ।  ଶ୍ରୀୟାଙ୍କ ଅଭିଯୋଗର କିଛି ସତ୍ୟତା ନାହିଁ ବୋଲି ଗଣମାଧ୍ୟମକୁ ସଫେଇ ଦେଇଛନ୍ତି ହ୍ୟୁମାନ ସାଗର  । ଅନ୍ୟପକ୍ଷେ  ତାଙ୍କ ମା’ କହିଛନ୍ତି,  ମୁଁ ଶ୍ରୀୟା କୁ ବହୁତ ଭଲ ପାଏ  । ମୋର ସବୁ ସମ୍ପତି ଶ୍ରୀୟା ନାମରେ କରିଦେଇଛି  । ସେ ଆହୁରି କହିଛନ୍ତି,  ଶ୍ରୀୟା ଅନେକ ସମୟରେ ନିଶା ସେବନ କରେ ମୋ ପୁଅକୁ ମଧ୍ୟ ନିଶା ସେବନ କରିବାକୁ ବାଧ୍ୟ କରେ ।   ବାପା, ଭାଇ ଓ ଶ୍ରୀୟା ଘରେ ବସି ନିଶା ସେବନ କରନ୍ତି  । ଏ ବିଷୟରେ ମୁଁ ଜାଣିବା ପରେ ମୁଁ ମୋ ପୁଅକୁ ନିଶା ଠାରୁ ଦୁରେଇ ରଖିବାକୁ ବହୁତ ଚେଷ୍ଟା କରିଛି  । ଏଥିସହ ଶ୍ରୀୟାଙ୍କ ମା’ର ଅନ୍ୟ ଜଣେ ପୁରୁଷ ସହ ସମ୍ପର୍କ ଥିବା କଥା ଖୋଲାଖୋଲି ଭାବରେ କ୍ୟାମେରା ସାମ୍ନାରେ ପ୍ରକାଶ କରିଛନ୍ତି ହ୍ୟୁମାନଙ୍କ ମା’ ।

Leave A Reply

Your email address will not be published.