Latest Odisha News

BREAKING NEWS

କଂଗ୍ରେସର ବିଜୟ ଟ୍ରେଣ୍ଡ କାମ ଦେଲାନି; ହାରିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର

ବାଙ୍ଗାଲୋର: କର୍ଣ୍ଣାଟକରେ କଂଗ୍ରେସର ବଡ ବିଜୟ । ସ୍ପଷ୍ଟ ବହୁମତ ଆଡକୁ ଆଗେଇ ଚାଲିଛି କଂଗ୍ରେସ । ଏକ୍ଗିଟ ପୋଲର ଆକଳନଠାରୁ ଯଥେଷ୍ଟ ଅଧିକ ବହୁମତ ପାଇଁ ଆଗେଇଛି କଂଗ୍ରେସ । ହେଲେ ବିଜୟର ଏହି ମହାସ୍ରୋତରେ କେମିତି ବାଦ ପଡିଗଲେ କର୍ଣ୍ଣାଟକର ଏହି ହେଭିୱେଟ ନେତା ? ଦଳ ଛାଡିବା କ’ଣ ତାଙ୍କ ପାଇଁ ମହଙ୍ଗା ପଡିଲା କି ?

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ହୁବଲୀ-ଧରୱାଡ ସେଣ୍ଟ୍ରାଲ ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଥିଲେ । ହେଲେ ବିଜେପିର ମହେଶ ତେଙ୍ଗିନାକାଇଙ୍କ ନିକଟରୁ ପ୍ରାୟ ୩୦ ହଜାର ଭୋଟରେ ପରାସ୍ତ ହୋଇଛନ୍ତି।

ଏକଦା ବିଜେପିର ଏହି ହେଭିୱେଟ ନେତା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଥିଲେ । ହେଲେ ଶେଷ ମୁହୂର୍ତ୍ତରେ ଦଳ ଛାଡ଼ିଥିଲେ ହାତ ଧରିଥିଲେ । ୨୦୨୩ ନର୍ବାଚନରେ ବିଜେପି ତାଙ୍କୁ ଟିକେଟ ଦେଇ ନ ଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ ଶେଟ୍ଟାର । କଂଗ୍ରେସ ଟିକେଟରୁ ଲଢିଥିଲେ ।

ହେଲେ କଂଗ୍ରେସର ବିଜୟ ଧାରା ଲାଗି ରହିଥିବାବେଳେ ଏହାର ପ୍ରଭାବ ଶେଟ୍ଟାରଙ୍କ ଉପରେ ପଡିନି । ସବୁଠାରୁ ବଡ କଥା ହେଉଛି ଦଳ ଛାଡିବା ଏବଂ ଦଳର ଏକ ଭଲ ପ୍ରସ୍ତାବକୁ ଏଡାଇ ଦେବା ତାଙ୍କ ପାଇଁ ମହଙ୍ଗା ପଡିଲା ।

ଜଗଦୀଶ ଶେଟ୍ଟାର ବିଜେପି ଛାଡି କଂଗ୍ରେସରେ ମିଶିବା ଏକ ଭୁଲ ବୋଲି କହିଥିଲେ ପୂର୍ବତନ ମନ୍ତ୍ର ବିଏସ ୟେଦୁରପ୍ପା । କାରଣ ତାଙ୍କୁ ଦଳ ଟିକେଟ ନ ଦେବା ପଛରେ କାରଣ ଥିଲା । ଦଳ ତାଙ୍କୁ ରାଜ୍ୟସଭାକୁ କୁଆଡେ ପଠାଯାଇଥାନ୍ତା । କେନ୍ଦ୍ର ମନ୍ତ୍ରୀ ହୋଇଥାନ୍ତେ । ହେଲେ ଶେଟ୍ଟାର ଏହାକୁ ଏଡାଇ ଦେଇ କଂଗ୍ରେସ ହାତ ଧରିଥିଲେ ।  ଅବଶ୍ୟ ଶେଟ୍ଟାର ବିଜେପି ଛାଡିବାବେଳେ ଏକଥା ବି କହିଥିଲେ ଯେ ଦଳ ତାଙ୍କୁ ଅଣଦେଖା କରୁଛି ।

Leave A Reply

Your email address will not be published.