ଜଳେଶ୍ବର: ଆପଣ ମାନେ ମାଛ ଦେଖିଥିବେ , କିନ୍ତୁ ୧୧୦ କିଲୋର ମାଛ କେବେ ଦେଖିଛନ୍ତି । ହଁ ଆଜ୍ଞା ଦୀଘା ମୁହାଣ ସମୁଦ୍ରରେ ଜଣେ ମତ୍ସ୍ୟଜୀବୀଙ୍କ ଜାଲରେ ୧୧୦ କିଲୋ ଓଜନର ଏକ ମାଛ ପଡିଛି । ଯାହାକୁ ଦେଖିବାକୁ ଆଜି ଦୀଘା ମୁହାଣ ମାଛ ମାର୍କେଟରେ ପ୍ରବଳ ଲୋକଙ୍କର ଭିଡ ଜମିଥିଲା । ଏହି ବିରାଟ ମାଛଟିକୁ ଭୋଲା ମାଛ ବୋଲି କୁହାଯାଉଛି।ଓଡିଶା – ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ଦୀଘା ମାଛ ମାର୍କେଟରେ ବିଶାଳକାୟ ଭୋଲା ମାଛଟି ବିକ୍ରି ହୋଇଛି । ତାହା ପୁଣି ୨୫ ହଜାର ଟଙ୍କାରେ ।
ପାରାଦ୍ୱୀପ ପୋର୍ଟରୁ ମତ୍ସ୍ୟଜୀବୀମାନେ ଏହି ମାଛଟିକୁ ଧରି ଦୀଘା ମୁହାଣରେ ଥିବା ମାଛ ମାର୍କେଟକୁ ବିକ୍ରି ପାଇଁ ଆଣିଥିଲେ। ବିବିସି ନାମକ ଏକ କମ୍ପାନୀ ଏହି ମାଛଟିକୁ କିଣିଥିବା ଯାହା ସୂଚନା ମିଳିଛି । ଏହି ମାଛରୁ ବିଭିନ୍ନ ପ୍ରକାରର ଓୗଷଧ ତିଆରି ହେଉଥିବାରୁ ବିଦେଶରେ ଏହି ମାଛର ବେଶ୍ ଚାହିଦା ରହିଛି । ତେଣୁ ଏହାକୁ ବିଦେଶକୁ ରପ୍ତାନି କରାଯିବ ବୋଲି ସୂଚନା ମିଳିଛି ।
Comments are closed.