Latest Odisha News

BREAKING NEWS

ଏଣିକି ରେଡିଓରେ ଶୁଣାଯିବ ମୟୂରଭଞ୍ଜର କଳା, ସଂସ୍କୃତି: ଉଦଘାଟିତ ହେଲା ୮୯.୬ ରେଡିଓ ବାଘାଯତୀନ

ଉଦଳା: ମୟୁରଭଞ୍ଜବାସୀଙ୍କ ପାଇଁ ଖୁସି ଖବର । ସକାଳୁ ସକାଳୁ ଜିଲ୍ଲାବାସୀ ଶୁଣିବେ ରେଡିଓ ବାଘାଯତୀନ। ଏଫଏମ ରେଡିଓରେ ଏଥର ଶୁଣାଯିବ ମୟୂରଭଞ୍ଜ ଜିଲ୍ଲାର କଳା, ସଂସ୍କୃତି ଏବଂ ପରମ୍ପରାର ବାର୍ତ୍ତା । ଉଦଘାଟିତ ହେଲା ୮୯.୬ ରେଡିଓ ବାଘାଯତୀନ । କପ୍ତିପଦା ବ୍ଲକ ସାନବିଶୋଳ ଗ୍ରାମରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ  ଉଦଘାଟିତ ହୋଇଛି ରେଡିଓ ବାଘାଯତୀନ କାର୍ଯ୍ୟାଳୟ ।

ଉଦଳା ବିଧାୟକ ଭାସ୍କର ମଢେଇ, ଉପଖଣ୍ଡ ପୋଲିସ୍ ଅଧିକାରୀ ସାର୍ଥକ ରାଏ, ନଗରପାଳ ପ୍ରମିଳା ପଣ୍ଡା ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଫିତାକାଟି ଉଦଘାଟନ କରିଥିଲେ । ଉଦଘାଟନ ପରେ ପ୍ରଥମେ ଜାତୀୟ ସଙ୍ଗୀତ ଏହି ରେଡିଓ ବାଘାଯତୀନ ଷ୍ଟେସନରୁ ଶୁଣାଯାଇଥିଲା । ପରେ ଉପଖଣ୍ଡ ପୋଲିସ୍ ଅଧିକାରୀ ଏବଂ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ରେଡିଓ ଉଦଘାଟନର ଶୁଭ ବାର୍ତ୍ତା ପ୍ରଦାନ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସହିତ ଜନହିତକର ସୂଚନା ମଧ୍ୟ ଏହି ରେଡିଓ ବାର୍ତ୍ତା ଜରିଆରେ ଜଣାପଡିବ ।

Leave A Reply

Your email address will not be published.