Latest Odisha News

BREAKING NEWS

୨୦୦୦ ରୁ ୨୦୧୯: ଜାଣନ୍ତୁ ଗତ ୫ ଟି ଲୋକସଭା ନିର୍ବାଚନରେ ସିଇସି ସମେତ କେତେଜଣ ନିର୍ବାଚନ କମିଶନର୍ ଆୟୋଗରେ ଥିଲେ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ବାକି ଥିବା ବେଳେ ନିର୍ବାଚନ କମିଶନର ଅରୁଣ ଗୋଏଲ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଏହାପୂର୍ବରୁ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିଲା। ବର୍ତ୍ତମାନ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନିର୍ବାଚନ ଆୟୋଗ ପ୍ୟାନେଲରେ ଅଛନ୍ତି। ବାସ୍ତବରେ, କମିଶନ ପ୍ୟାନେଲରେ ସିଇସି ସମେତ ତିନି ଜଣ କମିଶନର ରୁହନ୍ତି । ଏବେ କିନ୍ତୁ ଅରୁଣ ଗୋଏଲଙ୍କ ଇସ୍ତଫା ଏବଂ ଅନୁପ ପାଣ୍ଡେଙ୍କ ଅବସର ପରେ ବର୍ତ୍ତମାନ ସମସ୍ତ ଦାୟିତ୍ଵ ରାଜୀବ କୁମାରଙ୍କ କାନ୍ଧରେ ରହିଛି।

ଖଲି ଥିବା ଦୁଇଟି ପଦ କେବେ ପୂରଣ ହେବ ସେନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ । ନିକଟରେ ପାରିତ ହୋଇଥିବା ନୂତନ ନିୟମ ଅନୁଯାୟୀ ନିର୍ବାଚନ କମିଶନରଙ୍କୁ ବର୍ତ୍ତମାନ ନିଯୁକ୍ତ କରାଯିବ। ଯାହାର ଚୟନ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳର ନେତା ତଥା କେନ୍ଦ୍ର ମନ୍ତ୍ରୀଙ୍କୁ ନେଇ ଗଠିତ କମିଟି ଦ୍ୱାରା ନିଷ୍ପତ୍ତି ନିଆଯିବ। ଏହାପୂର୍ବରୁ ସରକାର ନିଜ ଇଚ୍ଛାନୁସାରେ ଏହି ପଦବୀଗୁଡ଼ିକୁ ସିଧାସଳଖ ନିଯୁକ୍ତ କରୁଥିଲେ।

ନିର୍ବାଚନ ଆୟୋଗର ୱେବସାଇଟ୍ ଅନୁଯାୟୀ, ଯଦି ଆମେ ୨୦୦୦ ରୁ ୨୦୧୯ ବର୍ଷ ବିଷୟରେ ଆଲୋଚନା କରିବା, ତେବେ ଏହି ସମୟ ମଧ୍ୟରେ ୧୩ ଜଣ ମୁଖ୍ୟ ନିର୍ବାଚନ କମିଶନର ଏବଂ ଜଣେ ନିର୍ବାଚନ କମିଶନର ଦାୟିତ୍ଵ ଗ୍ରହଣ କରିଛନ୍ତି । ୩୦ ସେପ୍ଟେମ୍ବର ୧୯୯୯ ଠାରୁ ୨୨ ଅକ୍ଟୋବର ୨୦୧୮ ପର୍ଯ୍ୟନ୍ତ ନିର୍ବାଚନ କମିଶନରଙ୍କ ପଦ ଖାଲି ରହିଥିଲା । ୨୩ ଅକ୍ଟୋବର ୨୦୧୮ରେ ଅଶୋକ ଲାବସା ନିର୍ବାଚନ କମିଶନର ଭାବରେ ଯୋଗ ଦେଇଥିଲେ।

୨୦୦୦ ରୁ ୨୦୧୯ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନର କିଏ ଥିଲେ?

ଡା. ଏମ୍.ଏସ୍ ଗିଲ୍

୧୯୯୯ ମସିହାରେ ଯେତେବେଳେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ସେତେବେଳେ ମୁଖ୍ୟ ନିର୍ବାଚନ କମିଶନର ଡା. ଏମଏସ ଗିଲ ଥିଲେ। ତାଙ୍କୁ ୧୨ ଡିସେମ୍ବର ୧୯୯୬ରେ ସିଇସି ଭାବେ ନିଯୁକ୍ତ କରାଯାଇଥିଲା ଏବଂ ୧୩ ଜୁନ୍ ୨୦୦୧ ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ।

ଜେଏମ୍ ଲିଙ୍ଗଡୋହ

ଏହା ପରେ, ୧୪ ଜୁନ୍ ୨୦୦୧ ରେ, ଜେଏମ୍ ଲିଙ୍ଗଡୋହ ଏହି ପଦ ଗ୍ରହଣ କରିଥିଲେ ଏବଂ ସେ ୭ ଫେବୃଆରୀ ୨୦୦୪ ପର୍ଯ୍ୟନ୍ତ CEC ରହିଥିଲେ।

ଟିଏସ କୃଷ୍ଣମୂର୍ତ୍ତି

୮ ଫେବୃଆରୀ ୨୦୦୪ରେ, ସରକାର ଟି.ଏସ୍ କୃଷ୍ଣମୂର୍ତ୍ତିଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରିଥିଲେ ଏବଂ ସେ ଏହି ପଦବୀରେ ୧୫ ମଇ ୨୦୦୫ ପର୍ଯ୍ୟନ୍ତ ରହିଥିଲେ। ୨୦୦୪ ରେ ଅନୁଷ୍ଠିତ ଲୋକସଭା ନିର୍ବାଚନ ଟି.ଏସ୍ କୃଷ୍ଣମୂର୍ତ୍ତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

ବିବି ଟଣ୍ଡନ୍ 

ଟି.ଏସ୍ କୃଷ୍ଣମୂର୍ତ୍ତିଙ୍କ ପରେ, ବିବି ଟଣ୍ଡନଙ୍କୁ ୧୬ ମଇ ୨୦୦୫ରେ ଏହି ପଦର ଦାୟିତ୍ଵ ଦିଆଯାଇଥିଲା। ସେ ୨୯ ଜୁନ୍ ୨୦୦୬ ପର୍ଯ୍ୟନ୍ତ CEC ରହିଲେ ।

ଏନ ଗୋପାଳସ୍ୱାମୀ

ଏହା ପରେ, ଜୁନ୍ ୩୦,୨୦୦୬ରେ ଏନ ଗୋପାଳସ୍ୱାମୀଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଥିଲା, ଯିଏକି ଏପ୍ରିଲ୍ ୨୦,୨୦୦୯ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। ୨୦୦୯ ମସିହାରେ, ତାଙ୍କ ତତ୍ତ୍ୱାବଧାନରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

ନବୀନ ବି ଚାୱଲା

ଏନ ଗୋପାଳସ୍ୱାମୀଙ୍କ ପରେ ଏହି ଦାୟିତ୍ୱ ନବୀନ ବି ଚାୱଲାଙ୍କୁ ଦିଆଯାଇଥିଲା। ସେ ୨୧ ଏପ୍ରିଲ ୨୦୦୯ ରୁ ୨୯ ଜୁଲାଇ ୨୦୧୦ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ।

ଡା. ଏସୱାଇ କୁରେଶି

ଏହା ପରେ ଡାକ୍ତର SY କୁରେଶି ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ ହୋଇଥିଲେ। ସେ ୩୦ ଜୁଲାଇ ୨୦୧୦ ରୁ ୧୦ ଜୁନ୍ ୨୦୧୨ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ।

ବି.ଏସ୍ ସମ୍ପତ

SY କୁରେଶିଙ୍କ ପରେ, ଏହି ପଦରେ ବିଏସ୍ ସମ୍ପତ ନିଯୁକ୍ତ ହୋଇଥିଲେ । ସେ ଏହି ପଦବୀରେ ୧୧ ଜୁନ୍ ୨୦୧୨ ରୁ ୧୫ ଜାନୁୟାରୀ ୨୦୧୫ ପର୍ଯ୍ୟନ୍ତ ରଖିଥିଲେ। ୨୦୧୪ ଲୋକସଭା ନିର୍ବାଚନ ଭିଏସ୍ ସମ୍ପତଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା |

ଏଚଏସ ବ୍ରହ୍ମା

ଭି.ଏସ୍.ସମ୍ପତଙ୍କ ପରେ, ୧୬ ଜାନୁଆରୀ ୨୦୧୫ ରେ HS ବ୍ରହ୍ମାଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା | ସେ ୧୮ ଏପ୍ରିଲ ୨୦୧୫ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ।

ଡା. ନାସିମ ଜୈଡି

SH ବ୍ରହ୍ମାଙ୍କର ୪ ମାସ କାର୍ଯ୍ୟକାଳ ପରେ, ୧୯ ଏପ୍ରିଲ ୨୦୧୫ରେ ଡା. ନାସିମ ଜୈଡିଙ୍କୁ ଏହି ଦାୟିତ୍ଵ ଦିଆଯାଇଥିଲା । ସେ ଏହି ପଦରେ ୫ ଜୁଲାଇ ୨୦୧୭ ପର୍ଯ୍ୟନ୍ତ ରହିଥିଲେ।

ଏକେ ଜ୍ୟୋତି

୬ ଜୁଲାଇ ୨୦୧୭ ରେ, ଏକେ ଜ୍ୟୋତିଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତ କରାଯାଇଥିଲା । ସେ ଏହି ପଦବୀରେ ୨୨ ଜାନୁୟାରୀ ୨୦୧୮ ପର୍ଯ୍ୟନ୍ତ ରହିଥିଲେ।

ଓପି ରାୱତ

ଏହା ପରେ, ଓପି ରାୱତ ୨୩ ଜାନୁୟାରୀ ୨୦୧୮ ରୁ 0୧ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନର ଥିଲେ।

ସୁନୀଲ ଆରୋରା

ସୁନୀଲ ଆରୋରା ୦୨ ଡିସେମ୍ବର ୨୦୧୮ ରୁ ୧୨ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନର ଥିଲେ। 2019 ଲୋକସଭା ନିର୍ବାଚନ ମଧ୍ୟ ତାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।

କାହିଁକି ଅରୁଣ ଗୋୟଲ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି?

ବ୍ୟକ୍ତିଗତ କାରଣରୁ ଅରୁଣ ଗୋୟଲ ଇସ୍ତଫା ଦେଇଛନ୍ତି ବୋଲି ବିଶେଷ ସୂତ୍ରରୁ ପ୍ରକାଶ ପାଇଛି । କୁହାଯାଉଛି ଯେ, ସରକାର ତାଙ୍କୁ ଏହି ପଦ ଛାଡିବାକୁ ବାରଣ ମଧ୍ୟ କରିଛନ୍ତି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତାଧାରା ହେତୁ ସେ ଇସ୍ତଫା ଦେଇଥିବାର ସୂଚନା ପ୍ରଥମେ ସାମ୍ନାକୁ ଆସିଥିଲା । କିନ୍ତୁ ପରେ ଅଧିକାରୀମାନେ ଏହାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ନିର୍ବାଚନ ଆୟୋଗ ସୂତ୍ରରୁ ପ୍ରକାଶ ଯେ ଫାଇଲକୁ ନେଇ ଉଭୟ ସିଇସି ରାଜୀବ କୁମାର ଏବଂ ଅରୁଣ ଗୋୟଲଙ୍କ ମଧ୍ୟରେ ମତଭେଦ ରହିଛି।

 

 

Leave A Reply

Your email address will not be published.