ଭୁବନେଶ୍ବର: ୫ ବର୍ଷରେ ୫୧୮ ଜଣ ଦାଦନଙ୍କ ଜୀବନ ଯାଇଛି । ଦେଶ ଓ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ଏହି ସମସ୍ତ ଶ୍ରମିକଙ୍କର ମୃତ୍ୟୁ ହୋଇଛି ବୋଲି ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ବିଧାନସଭାରେ ଶ୍ରମ ମନ୍ତ୍ରୀ ରଖିବା ତଥ୍ୟ ଅନୁଯାୟୀ, ଗତ ୫ ବର୍ଷ ମଧ୍ୟରେ ପ୍ରାଣହାନୀ ଘଟିଥିବା ଶ୍ରମିକଙ୍କ ମଧ୍ୟରେ ସର୍ବାଧିକ କଳାହାଣ୍ଡି ଜିଲ୍ଲାରୁ ଅଛନ୍ତି । ଏହି ଜିଲ୍ଲାରୁ ୬୦ଜଣ ଦାଦନ ଶ୍ରମିକ ପ୍ରାଣ ହରାଇଛନ୍ତି । ସେହିପରି ଦ୍ବିତୀୟରେ ଗଞ୍ଜାମ ଜିଲ୍ଲା ରହିଛି । ଗଞ୍ଜାମ ଜିଲ୍ଲାରୁ ବାହାର ଦେଶକୁ କାମ କରିବାକୁ ଯାଇ ୫୬ଜଣ ଦାଦନ ଶ୍ରମିକ ପ୍ରାଣ ହରାଇଛନ୍ତି ।
ବଲାଙ୍ଗୀର ଜିଲ୍ଲାରୁ ୩୮ଜଣ, କନ୍ଧମାଳରେ ୩୪ଜଣ, ନବରଙ୍ଗପୁର ୩୫ଜଣ, ରାୟଗଡାରେ ୩୪ଜଣ ଦାଦନ ଶ୍ରମିକ ପ୍ରାଣ ହରାଇଛନ୍ତି । ୩୯୫ ମୃତ ଶରୀରକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ବୋଲି ଆଜି ଗୃହରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଲିଖିତ ଉତ୍ତର ରଖିଛନ୍ତି ।