Latest Odisha News

BREAKING NEWS

ଏହି ଦେଶରେ ସିଙ୍ଗଡା ଖାଉଥିଲେ ଦିଆଯାଇଥାଏ ଦଣ୍ଡ

ନୂଆଦିଲ୍ଲୀ: ସିଙ୍ଗଡା କାହାକୁ ବା ଭଲ ନ ଲାଗେ । ସିଙ୍ଗଡା ହେଉଛି ଭାରତର ସବୁଠାରୁ ଲୋକପ୍ରିୟ ସ୍ନାକ୍ସ । ସିଙ୍ଗଡା ପ୍ରତ୍ୟେକ ଭାରତୀୟଙ୍କର ପ୍ରିୟ ଖାଦ୍ୟ । ଘରକୁ ଅତିଥି ଆସିବାକୁ ଥାଉ କିମ୍ବା ସନ୍ଧ୍ୟା ସମୟର ସ୍ନାକ୍ସ ହେଉ ଅଥବା ସକାଳ ଜଳଖିଆ ହେଉ ସିଙ୍ଗଡା ପ୍ରାୟ ସମସ୍ତଙ୍କର ପ୍ରଥମ ମନପସନ୍ଦର ଖାଦ୍ୟ ହୋଇଥାଏ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି ଏକ ଦେଶ ଅଛି ଯେଉଁଠାରେ ସିଙ୍ଗଡା ଖାଇବା କିମ୍ବା ବିକ୍ରୟ କରିବା ନିଷେଧ । ହଁ ଆଜ୍ଞା ଏହି ନିଷେଧର କାରଣ ମଧ୍ୟ ଆଶ୍ଚର୍ଯ୍ୟଜନକ ।

ବାସ୍ତବରେ ଦକ୍ଷିଣ ଆଫ୍ରିକାର ଏକ ଦେଶ ସୋମାଲିଆରେ ସିଙ୍ଗଡା ଖାଇବାକୁ ବାରଣ କରାଯାଇଛି । ଏଠାରେ, ଯଦି କୌଣସି ବ୍ୟକ୍ତି ସିଙ୍ଗଡା ତିଆରି କରେ, ଖାଏ କିମ୍ବା ବିକ୍ରୟ କରେ ତେବେ ସେହି ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଇଥାଏ । ତେଣୁ ଏଠାକାର ଲୋକେ ସିଙ୍ଗଡା ଖାଇବାକୁ କିମ୍ବା ତିଆରି କରିବାକୁ ଭୟ କରିଥାଆନ୍ତି । ସୋମାଲିଆରେ ସିଙ୍ଗଡା ଉପରେ ନିଷେଧାଦେଶର କାରଣ ମଧ୍ୟ ଆଶ୍ଚର୍ଯ୍ୟଜନକ | ବାସ୍ତବରେ, ସୋମାଲିଆର ଉଗ୍ରବାଦୀ ଗୋଷ୍ଠୀ ବିଶ୍ଵାସ କରନ୍ତି ଯେ, ସିଙ୍ଗଡାର ତ୍ରିକୋଣୀୟ ରୂପ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅତି ନିକଟତର ଅଟେ । ଅନେକ ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଅନାହାରରେ ମୃତ୍ୟୁବରଣ କରିଥିବା ପଶୁମାନଙ୍କର ମାଂସ ଏହି ସିଙ୍ଗଡାରେ ବ୍ୟବହୃତ ହେଉଥିଲା । ସେହିପରି ଅନ୍ୟ ଏକ କାରଣ ହେଉଛି ସିଙ୍ଗଡାର ଆକୃତି ହେଉଛି ଆକ୍ରୋଶର ଆକୃତି, ତେଣୁ ସୋମାଲିଆରେ ସିଙ୍ଗଡା ଉପରେ ନିଷେଧାଦେଶ ଜାରି କରାଯାଇଛି ।

ତେବେ ଯଦି ଆମେ ସିଙ୍ଗଡାର ଇତିହାସ ବିଷୟରେ କହିବା ତେବେ ଜାଣିବାକୁ ପାଇବା ଯେ, ଷୋଡଶ ଶତାବ୍ଦୀରେ ମୋଗଲ ଯୁଗରୁ ହିଁ ସିଙ୍ଗଡା ପ୍ରଚଳିତ । ସିଙ୍ଗଡାକୁ ସମ୍ପୂର୍ଣ୍ଣ ଭାବରେ ଭାରତୀୟ ଖାଦ୍ୟ ବୋଲି ବିବେଚନା କରାଯାଏ । ଯାହା ଏବେ ଭାରତରୁ ଯାଇ ଅନ୍ୟ ଦେଶରେ ପ୍ରସିଦ୍ଧିଲାଭ ପାଇଛି । ବର୍ତ୍ତମାନ ସିଙ୍ଗଡା ସବୁ ଭାରତୀୟଙ୍କ ପ୍ରଥମ ପସନ୍ଦ ହେବା ସହ ଦେଶ ବାହାରେ ମଧ୍ୟ ସବୁ ଲୋକଙ୍କ ପ୍ରିୟ ହୋଇପାରିଛି ।

Leave A Reply

Your email address will not be published.